କୁହୁଡ଼ି ନେଲା ଦୁଇ ଜୀବନ

ଉତ୍ତର ଭାରତ ସମେତ ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି । ଘନ କୁହୁଡ଼ି ହେତୁ ଶହ ଶହ ବିମାନ ଏବଂ ଅନେକ ଟ୍ରେନ୍ ବିଳମ୍ବିତ ହୋଇଛି। କୁହୁଡ଼ି ହେତୁ ରାସ୍ତା ଦିଶୁନଥିବା କାରଣରୁ ଜାତୀୟ ରାଜଧାନୀରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ହରିଆଣାର ହିସାରର ଏକ ରାଜପଥରେ ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଯାଇଛି। ଗତ କିଛି ଦିନ ହେବ ଦିଲ୍ଲୀରେ ପ୍ରବଳ ଶୀତ ଓ କୁହୁଡ଼ି ଲାଗି ରହିଥିବା କାରଣରୁ ଆଗକୁ ଆହୁରି ଦୁର୍ଘଟଣାର ମାତ୍ରା ବଢ଼ିବ ବୋଲି ଅନୁମାନ କରାଯାଉଛି।

ଘନ କୁହୁଡି ଯୋଗୁ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ଉଡ଼ାଣ ସୂଚନା ପାଇଁ ଯାତ୍ରୀମାନଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ସମେତ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଛି ଯେ ଘନ କୁହୁଡ଼ି ହେତୁ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଂଶରେ ବିମାନ ଚଳାଚଳ ଉପରେ ପ୍ରଭାବ ପକାଉଛି।

kuhudi

କୋଲକାତା ବିମାନବନ୍ଦରରେ ୪୦ଟି ବିମାନ ସେବା ବିଳମ୍ବିତ ହୋଇଛି ଏବଂ ପାଞ୍ଚଟି ବାତିଲ କରାଯାଇଛି ବୋଲି ଫ୍ଲାଇଟ୍ ମନିଟରିଂ ପ୍ଲାଟଫର୍ମ ଫ୍ଲାଇଟ୍‌ ଟ୍ରେଡର୍‌ ସୂଚନା ପ୍ରଦାନ କରିଛି। ଚଣ୍ଡିଗଡ଼, ଅମୃତସର, ଜୟପୁର ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ବିମାନବନ୍ଦରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଘନ କୁହୁଡି ହେତୁ ଟ୍ରେନ୍ କାର୍ଯ୍ୟସୂଚୀ ଏବଂ ସଡକ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, କର୍ଣ୍ଣଲ, ଗାଜିଆବାଦ, ଅମୃତସର, ଜୟପୁର ଏବଂ ଅନ୍ୟାନ୍ୟ ସହରଗୁଡିକରେ ଦୃଶ୍ୟମାନତା ହ୍ରାସ ହେତୁ ଯାନବାହାନ ଅତ୍ୟଧିକ କମ୍ ବେଗରେ ଗତି କରିଥିବା ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+