ଅଗ୍ନି ନିର୍ବାପକ କାରଖାନାରେ ବିସ୍ଫୋରଣ ୨ ମୃତ, ୬ ଆହତ
ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଥିବା ନିଆଁ ଲିଭା ମେଶିନ୍ ପ୍ରସ୍ତୁତକାରୀ କମ୍ପାନୀରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ଗୁରୁଗ୍ରାମର ଦୌଲତାବାଦ ବ୍ୟବସାୟିକ ଅଞ୍ଚଳରେ ଥିବା ନିଆଁ ଲିଭା ମେଶିନ୍ ପ୍ରସ୍ତୁତକାରୀ କମ୍ପାନୀରେ ନିଆଁ ଲାଗିଛି । ଏହି କମ୍ପାନୀରେ ଶୁକ୍ରବାର ମଧ୍ୟ ରାତ୍ରିରେ ନିଆଁ ଲାଗିବା କାରଣରୁ ୨ ଜଣ ଶ୍ରମିକଙ୍କର ପ୍ରାଣ ଯାଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡ଼ି ଏହି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ପାଖାପାଖି ୨ଟା ସମୟରେ ଫ୍ୟାକ୍ଟ୍ରିରେ ଏକ ବିଷ୍ଫୋରଣ ହୋଇଥିଲା । ଏହାପରେ ଭୀଷଣ ନିଆଁ ଲଗିଯାଇଥିଲା । ଏତେ ଜୋରରେ ଶବ୍ଦ ହୋଇଥିଲା ଯେ ଆଖପାଖର ୧୦୦ ମିଟର ଭିତରେ କିଛି ଲୋକ ତଳେ ମଧ୍ୟ ପଡ଼ି ଯାଇଥିଲେ । ପାଖ ଫ୍ୟାକ୍ଟ୍ରିଗୁଡ଼ିର ଲୁହା ଆଙ୍ଗଲ, ଲୁହା ଚାଦର ଆଦି ତଳେ ପଡ଼ି ଯାଇଥିଲା । ନିଆଁ ଏତେ ଭୟଙ୍କର ହୋଇଥିଲା ଯେ ୩ କିଲୋମିଟର ପର୍ଯ୍ୟନ୍ତ ଏହା ଦେଖାଯାଇଥିଲା । ଅଗ୍ନିଶମ ବିଭାଗ ଫ୍ୟାକ୍ଟ୍ରି ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛି ।












Click it and Unblock the Notifications