ମୁହାଁମୁହିଁ ଧକ୍କା ହେଲା ବସ୍, ୨ ମୃତ, ୪୦ ଆହତ
ଆନ୍ଧ୍ରପ୍ରଦେଶର ଅନ୍ନମୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଘଟଣାରେ ରାଜ୍ୟ ପରିବହନ ମନ୍ତ୍ରୀ ମଣ୍ଡିପଲ୍ଲୀ ରାମପ୍ରସାଦ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି ।ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ଚେଷ୍ଟା କରିବାକୁ ମନ୍ତ୍ରୀ ରାମପ୍ରସାଦ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମନ୍ତ୍ରୀ ପରିବହନ ବିଭାଗର ଅଧିକାରୀମାନଙ୍କୁ ଭବିଷ୍ୟତରେ ଏପରି ଦୁର୍ଘଯଣା ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସଡ଼କ ସୁରକ୍ଷାର ଗୁରୁତ୍ବ ଉପରେ ଗୁରୁତ୍ବାରୋପ କରି ପରିବହନ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଅଧିକାରୀଙ୍କୁ ଅପିଲ୍ କରିଛନ୍ତି ।ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ ଜିଲ୍ଲାର ଆଡୋନି ନିକଟରେ ଏକ ଦ୍ରୁତଗାମୀ ବସ୍ ଏକ ବାଇକକୁ ଧକ୍କା ଦେବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି । ଗଙ୍ଗାବତୀରୁ ଆଡୋନି ଦେଇ ରାଇଚୁର ଯାଇଥିବା ଏକ କର୍ଣ୍ଣାଟକ ଜାଲିମାଞ୍ଚି ଗ୍ରାମ ନିକଟରେ ଅନ୍ୟ ଏକ ଗାଡିକୁ ଓଭରଟେକ କରିବାକୁ ଯାଉଥିବା ବେଳେ ଷ୍ଟିୟରିଂ ଭାଙ୍ଗି ଯାଇଥିଲା । ଫଳରେ ଆଗକରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ।












Click it and Unblock the Notifications