ସୁକମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ,୨ ଯବାନ ଶହୀଦ
ସୁକମା: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ସୁକମାରେ ରବିବାର ଏକ ବଡ଼ ଘଟଣା ଘଟିଛି। ଏଠାରେ ନକ୍ସଲ ଆଇଡି ବିସ୍ଫୋରଣରେ ୨ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି,
ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଡି ବିସ୍ଫୋରଣରେ ସିଆର୍ପିଏଫ୍ କୋବ୍ରା ୨୦୧ ବାଟାଲିୟନର ଦୁଇଜଣ ସୈନିକ ଶହୀଦ ହୋଇଛନ୍ତ। ଜାଗରଗୁଣ୍ଡା ପୋଲିସ ଷ୍ଟେଶନ ଅଧୀନରେ ସିଲଗର ଏବଂ ଟେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ ଘଟଛି

ଯବାନମାନେ ସିଲଗେରରୁ ତେକୁଲାଗୁଡେମ କ୍ୟାମ୍ପକୁ ଗୋଟିଏ ଗାଡ଼ିରେ ଯାଉଥିଲେ। ବିସ୍ଫୋରଣ ଯୋଗୁ ସେମାନଙ୍କ ଗାଡ଼ି ଛିନଛତ୍ର ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ସିଆରପିଏଫର କୋବ୍ରା ୨୦୧ ବାଟାଲିୟନର ୨ ଜଣ ଯବାନ ସହିଦ ହୋଇଥିବା ଜଣେ ପୁଲିସ୍ ଅଧିକାରୀ କହିଛନ୍ତି।
ବିସ୍ଫୋରଣ ପରେ ସେଠାରେ ଯବାନମାନଙ୍କ ତରଫରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଛି । ସେପଟେ କେତେ ଯବାନ ଆହାତ ହୋଇଛନ୍ତି ତାର ସ୍ପଷ୍ଟ ଚିତ୍ର ଆସିପାରିନାହିଁ












Click it and Unblock the Notifications