ଘନ କୁହୁଡି ସାଜିଲା କାଳ,ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ ,୩୬ରୁ ଅଧିକ ଲୋକ ଆହତ
ଘନ କୁହୁଡି ସାଜିଲା କାଳ , ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ36 ରୁ ଅଧିକ ଲୋକ ଆହତ ହୋଇଛ । ଦୁର୍ଘଟଣା ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ ୱେରେ ଫରିଦାବାଦ ଆଡକୁ ଯାଉଥିବା ରାସ୍ତାରେ ହୋଇଛି । କୁହୁଡି ଯୋଗୁଁ ଭିଜିବିଲିଟି ବହୁତ କମ୍ ଥିଲା ବୋଲି ଦୁର୍ଘଟଣା ଘଟିଛି । ବିଭିନ୍ନ ସ୍ଥାନରେ ସିରିଜ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ନିକଟରେ ଏକ ଟ୍ରକ୍ ପାର୍କିଂ କରି ଛିଡା ହୋଇଥିଲା। ଏହି ସମୟରେ ପାନିପତରୁ ମଥୁରା ଯାଉଥିବା ଏକ ବସ୍ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ପ୍ରବଳ କୁହୁଡ଼ି କାରଣରୁ ରାସ୍ତାଘାଟ କିଛି ଦେଖା ଯାଉନଥିବାରୁ ବସ୍ ଡ୍ରାଇଭର ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲେ। ଅନ ଏକ ଟ୍ରକ ସହିତ ଧକକା ହୋଇଥିଲା । ପାନିପତରୁ ମଥୁରା ଯାଇଥିବା ବସରେ ୧୭ ଜଣ ଲୋକ ରହିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରିଥିଲା ପୋଲିସ ।

ତେବେ ଦୁର୍ଘଟଣାର ମୁଖ୍ୟ କାରଣ ଘନ କୁହୁଡି ବୋଲି ପୋଲିସ କହିଛି । ଭିଜିବିଲିଟି ବହୁତ କମ୍ ଥିବା ଯୋଗୁଁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।ଅନ୍ୟପଟେ, ଆଗ୍ରା ନିକଟ ଫିରୋଜାବାଦରେ ମଧ୍ୟ ଏକ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ନାସିରପୁର ନିକଟରେ କାର୍-ଟ୍ରକ୍ ଧକ୍କା ହୋଇଛି।
ଏକ SUV କାର୍ ଟ୍ରକକୁ ଧକ୍କା ଦେବା ଫଳରେ ଅନ୍ୟ ଗାଡ଼ିମଧ୍ୟରେ ପରସ୍ପର ଧକ୍କା ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୁଲନ୍ଦସହରରେ ମଧ୍ୟ ବାଇକକୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।












Click it and Unblock the Notifications