ବହରାଇଚ୍ ହିଂସାରେ ବଡ଼ ଆକ୍ସନ, ନେପାଳ ଖସିଯିବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତ, ଏନକାଉଣ୍ଟର କଲା ପୁଲିସ
ଵହରାଇଚରେ ମହାରାଜାଗଞ୍ଜରେ ସ୍ଥିତି ଏବେ ସାମାନ୍ୟ ଅଛି । ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରେ ରାମ ଗୋପାଲ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ହିଂସା ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ଯେଉଁ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି । ସେମାନେ ହେଲେ ସରଫରାଜ ଏବଂ ମହମ୍ମଦ ତାଲିମ୍ । ଯେତେବେଳେ କି ଏଡିଜି ଆଇନ ଆଣ୍ଡ୍ ଅର୍ଡର ଅମିତାଭ ୟଶ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।
ଏଡିଜି କହିଛନ୍ତି, ଏକ ଏନ୍କାଉଣ୍ଟର ହୋଇଛି ବୋଲି ସୂଚନା ମିଳିଛି। ମୁଁ ଅଧିକ ସୂଚନା ପାଇବା ମାତ୍ରେ ଶେୟାର କରିବି। ଯେତେବେଳେ ଏହି ଏନ୍କାଉଣ୍ଟର ହୋଇଥିଲା ସେତେବେଳେ ଏହି ଲୋକମାନେ ନେପାଳକୁ ପଳାଇବାକୁ ଚେଷ୍ଟା କରୁଥିଲେ। ୫ ଜଣଙ୍କୁ ଗିରଫ କରାଯାଇଛି। ହେମିଦ, ଆଫଜାଲ, ସରଫରାଜ ଏବଂ ତାଲିବଙ୍କୁ ଗିରଫ କରାଯାଇଛି। ନେପାଳ ସୀମାନ୍ତରେ ଏନକାଉଣ୍ଟର ହୋଇଛି। ଏହାର ଅର୍ଥ ଦୁଇ ଅଭିଯୁକ୍ତ ନେପାଳ ଖସିଯିବାକୁ ଚେଷ୍ଟା କରୁଥିଲେ। ହେଲେ ସେମାନେ ନିଜ ଯୋଜନାରେ ସଫଳ ହେବା ଆଗରୁ ପୁଲିସ୍ ଗୁଳି ଖାଇଛନ୍ତି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ପୁଲିସ ସେମାନଙ୍କୁ ଘଟଣାସ୍ଥଳରୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି।

ମିଳିଥିବା ସୂଚନା ଅନୁସାରେ, ସର୍ଫରାଜ ଓ ଫହିମର ଗୋଡ଼ରେ ଗୁଳି ବାଜିଛି। ଉଭୟ ହେଉଛନ୍ତି ବାହରାଇଚ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅବଦୁଲ ହମିଦଙ୍କ ପୁଅ। ସର୍ଫରାଜ ଓ ଫହିମ ବ୍ୟତୀତ ଏନକାଉଣ୍ଟର ହୋଇଥିବା ନେପାଳ ସୀମାରୁ ଆଉ ୩ ଜଣଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ଅର୍ଥାତ ଗୋପାଲ ମିଶ୍ରା ହତ୍ୟାକାଣ୍ଡରେ ୫ ଜଣ ଗିରଫ ହୋଇଛନ୍ତି।
ଅଭିଯୁକ୍ତଙ୍କର ନେପାଳ ସହ ଯୋଗାଯୋଗ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ୟୁପି ପୋଲିସ ଓ ଏସଟିଏଫ୍ ଏହି ମାମଲାରେ ନେପାଳର ଅଧିକାରୀଙ୍କୁ ସହ ସମ୍ପର୍କ ରହିଥିଲା । କୌଣସି ମିଥ୍ୟା ତଥ୍ୟ ଓ ଗୁଜବରୁ ଦୂରେଇ ରହିବାକୁ ପୋଲିସ ପ୍ରଶାସନ ଲୋକଙ୍କୁ ଅପିଲ କରିଛନ୍ତି । ସେହିପରି ବାହାରାଇଚ ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଏହି ବିଷୟରେ ସୂଚନା ଦିଆଯାଇଛି । ଏନକାଉଣ୍ଟର ପରେ ପୋଲିସ ମୁଖ୍ୟାଳୟରେ ଏଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ପୋଲିସ ବିଭାଗର ବଡ ଅଧିକାରୀ ଏହି ବୈଠକ ରେ ସାମିଲ ଥିଲେ । ଅନ୍ୟପକ୍ଷରେ ଏହି ଏନ୍କାଉଣ୍ଟର ପରେ ଯୋଗୀ ବାହରାଇଚରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ଦଶହରା ସରିବା ପରେ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା । ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। କିଛି ଲୋକ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିବାରୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା ।












Click it and Unblock the Notifications