ଫାୟାରିଂ ରେଞ୍ଜରେ ବଡ଼ ବିସ୍ଫୋରଣ, ୨ ଯବାନ ମୃତ, ଜଣେ ଆହତ

ରାଜସ୍ଥାନ: ରାଜସ୍ଥାନର ବିକାନେରରେ ମହାଜନ ଫାୟାରିଂ ରେଞ୍ଜରେ ବୁଧବାର ବଡ଼ ଦୁର୍ଘଟଣା ଘଟିଛି । ଟ୍ରେନିଂ ସମୟରେ ଏକ ବିସ୍ଫୋରଣ ଘଟି ସେନାର ୨ ଯବାନଙ୍କ ମୃତ୍ୟୁ ଘଟିଛି। ଟ୍ୟାଙ୍କରେ ଗୋଳା ବାରୁଦ ଲୋଡ୍ କରିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ଯବାନ ଆହତ ହେବାର ମଧ୍ୟ ଖବର ରହିଛି । କୁହାଯାଉଛି ଯେ ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ନିଆଯାଇଛି । ଏହା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କ ପାର୍ଥିବ ଶରୀରକୁ ସୁରତଗଡ଼ ମିଲିଟାରୀ ଷ୍ଟେସନ ନିଆଯାଇଛି । ମହାଜନ ଫାୟାରିଂ ରେଞ୍ଜରେ ୪ ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା ।

dead body

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ପ୍ରବକ୍ତା ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତାଭ ଶର୍ମା କହିଛନ୍ତି ଯେ ଯେତେ ବେଳେ ସୈନିକମାନେ ଟ୍ୟାଙ୍କରେ ଗୋଳା ବାରୁଦ ଲୋଡ୍ କରୁଥିଲେ, ସେହି ସମୟରେ ଚାର୍ଜର ବିସ୍ଫୋରଣ ହୋଇଥିଲା । ସେ କହିଛନ୍ତି, ଏହି ଘଟଣାରେ ଦୁଇ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ବିସ୍ଫୋରଣ ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯବାନ ହେଲେ, ଆଶୁତୋଷ ମିଶ୍ରା ଓ ଜିତେନ୍ଦ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+