2.5 ଫୁଟ ବ୍ୟକ୍ତି କରିବେ ବିବାହ; ବିବାହରେ କରିବେ ମୋଦି, ଯୋଗୀଙ୍କୁ ନିମନ୍ତ୍ରଣ
ଉତ୍ତରପ୍ରଦେଶର ମାତ୍ର ୨.୫ ଫୁଟ ଉଚ୍ଚତା ବିଶିଷ୍ଟ ଅଜିମ ମନସୁରୀ ଆସନ୍ତା ମାସରେ ବିବାହ କରିବେ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରିବେ ନିମନ୍ତ୍ରଣ ।
ଲକ୍ଷ୍ମୌ: ବିବାହ ବନ୍ଧନରେ ବାନ୍ଧି ହେବେ ଉତ୍ତରପ୍ରଦେଶର 2.5 ଫୁଟର ଯୁବକ ଅଜିମ ମନସୁରୀ । ଦୀର୍ଘ ପାଞ୍ଚ ବର୍ଷ ଧରି ବିବାହ ପାଇଁ ଅପେକ୍ଷା କରି ରହିଥିଲେ ଅଜିମ। ଶାମଲି ଜିଲ୍ଲାର କୈରାନାର ଏହି ବ୍ୟକ୍ତି ନିକଟରେ ୟୁପି ପୋଲିସକୁ ତାଙ୍କ ପାଇଁ ଜୀବନସାଥୀ ଖୋଜିବାରେ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ଏବଂ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଅଜିମ ଶେଷରେ ତାଙ୍କ ଜୀବନସାଥୀ ପାଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଅଜିମ ନିକଟରେ ଏହି ପ୍ରସ୍ତାବକୁ ଚୂଡ଼ାନ୍ତ କରିବା ପାଇଁ ହାପୁର ଯାତ୍ରା କରିଥିଲେ ଏବଂ ସେଠିକାର ଝିଅ ବୁଶ୍ରାଙ୍କୁ ସୁନା ମୁଦି ଏବଂ ନଗଦ ୨,୧୦୦ ଟଙ୍କା "ଶଗୁନ" ଭାବରେ ଦେଇଥିଲେ। ବୁଶ୍ରାଙ୍କ ପରିବାର ମଧ୍ୟ ଆଶାୟୀ ବରଙ୍କୁ ଏକ ସୁନା ମୁଦି ପ୍ରଦାନ କରିଥିଲେ ଏବଂ ତାଙ୍କୁ ନଗଦ ୩,୧୦୦ ଟଙ୍କା ଦେଇଥିଲେ। ହାପୁର ବାସିନ୍ଦା ହାଜି ଆୟୁବ ଏବଂ ଅଜିମଙ୍କ ସମ୍ପର୍କୀୟ ସହିଦ ମନସୁରୀ ଏହି ପ୍ରସ୍ତାବ ଦେଇଛନ୍ତି। ଯେହେତୁ ଉଭୟ ବର ଏବଂ କନ୍ୟା ପରସ୍ପରର ଆବଶ୍ୟକତା ସହିତ ମେଳ ଖାଉଥିଲେ, ଉଭୟ ପରିବାର ଏନେଇ ଖୁସି ରହିଥିବା ବେଳେ ଭବିଷ୍ୟତ ପାଇଁ ଆଶୀର୍ବାଦ ଦେଇଥିଲେ ।

ମନସୁରୀ ହେଉଛି ଶ୍ରେଣୀ ୫ ଡ୍ରପ୍ ଆଉଟ୍ ଛାତ୍ର । ବର୍ତ୍ତମାନ ଏକ କସମେଟିକ୍ ଷ୍ଟୋର୍ ଚଳାଇ ତାଙ୍କର ପୋଷଣ କରନ୍ତି । ହେଲେ ଭଲ ଜୀବନସାଥୀ ଟିଏ ଖୋଜିବା ତାଙ୍କ ପକ୍ଷେ କଷ୍ଟକର ବୋଲି ସେ ନିଜେ ମାନିଛନ୍ତି। ମନସୁରୀ ୨୦୧୯ ରେ ତତ୍କାଳୀନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟକୁ ଯାଇ ତାଙ୍କ ପାଇଁ କନ୍ୟା ଖୋଜିବାରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ ।
ଏହାର କିଛି ଦିନ ପରେ, ଅଜିମ ସୋଶାଲ ମିଡିଆରେ ଲୋକପ୍ରିୟ ହୋଇଥିଲେ ଏବଂ ସୋସିଆଲ ମିଡିଆରେ ଏକାଧିକ ବିବାହ ପ୍ରସ୍ତାବ ପାଇବା ଆରମ୍ଭ କରିଥିଲେ । ବାସ୍ତବରେ, ହାପୁରର ହାଜି ଆୟୁବ ମଧ୍ୟ ଅଜିମଙ୍କୁ ସୋଶାଲ ମିଡିଆରେ ପାଇଥିଲେ। ପୂର୍ବରୁ ସହିଦ ମନସୁରୀଙ୍କୁ ବ୍ୟବସାୟ ମାଧ୍ୟମରେ ଜାଣିଥିବା ଆୟୁବ ତୁରନ୍ତ ପରିବାର ସହିତ ଯୋଗାଯୋଗ କରି ପ୍ରସ୍ଥାବ ଦେଇଥିଲେ । ବର୍ତ୍ତମାନ ଉଭୟ ପରିବାର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଅଜିମ ତାଙ୍କ ବିବାହରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ କରିବା ନେଇ କହିଛନ୍ତି । ଏହାକୁ ନେଇ ବର୍ତ୍ତମାନ ପୁଣି ଚର୍ଚ୍ଚାର ପରିସର ଭିତରକୁୁ ଆସିଛନ୍ତି ଅଜିମ ।












Click it and Unblock the Notifications