ଭାରତରେ ଲଞ୍ଚ୍ ହେଲା କୋଭିଡ୍-୧୯ର ପ୍ରଥମ ନାଜାଲ୍ ଭ୍ୟାକସିନ୍
ଭାରତରେ ଲଞ୍ଚ୍ ହେଲା କୋଭିଡ୍-୧୯ର ପ୍ରଥମ ନାଜାଲ୍ ଭ୍ୟାକସିନ୍ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଟିକା ସରକାରୀ ଡାକ୍ତରଖାନା ପାଇଁ ଡୋଜ ପିଛା ୩୨୫ ଟଙ୍କାରେ ବିକ୍ରି ହେବ ଏବଂ ଘରୋଇ ଡାକ୍ତରଖାନାରେ ଏହାର ମୂଲ୍ୟ ୮ଶହ ଟଙ୍କା ହେବ ବୋଲି ସୂଚନା ରହିଛି ।

ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ମାନସୁଖ ମାଣ୍ଡଭିଆ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର ଦିନ ଅର୍ଥାତ୍ ଆଜି ଭାରତ ବାୟୋଟେକ ଦ୍ୱାରା ନାସାଲ କୋଭିଡ ଟିକା iNCOVACC ଲଞ୍ଚ୍ କରିଛନ୍ତି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଟିକା ସରକାରୀ ଡାକ୍ତରଖାନା ପାଇଁ ଡୋଜ ପିଛା ୩୨୫ ଟଙ୍କାରେ ବିକ୍ରି ହେବ ଏବଂ ଘରୋଇ ଡାକ୍ତରଖାନାରେ ଏହାର ମୂଲ୍ୟ ୮ଶହ ଟଙ୍କା ହେବ ବୋଲି ସୂଚନା ରହିଛି ।
ଭରତ ସରକାରଙ୍କ ବିଧିବଦ୍ଧ ପରୀକ୍ଷା ପରେ ଏହି ଟିକାକୁ ଅନୁମତି ପ୍ରଦାନ କରାଯାଇଛି । ଉଭୟ କୋଭାକ୍ସିନ୍ ଏବଂ କୋଭିସିଲ୍ଡର ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ବ୍ୟକ୍ତି ଏହି ଟିକା ଅର୍ଥାତ୍ iNCOVACCକୁ ତୃତୀୟ ଡୋଜ୍ ଭାବରେ ନେଇ ପାରିବେ । ଏପରିକି କୋଭିଡ୍ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଇନକୋଭାକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇ ପାରିବ । ବର୍ତ୍ତମାନ ଏହା କୋ-ୱିନ୍ ଆପରେ ଉପଲବ୍ଧ ରହିଛି । ଯାହାର ମୂଲ୍ୟ ୮ଶହ ଟଙ୍କା ସ୍ଥିର କରାଯାଇଛି । ସେହିପରି ଏହାକୁ ଆପଣ ସରକାରୀ ଡାକ୍ତରଖାନାରୁ ମାତ୍ର ୩୨୫ ଟଙ୍କାରେ କିଣି ପାରିବେ । ଏହାକୁ ୧୮ ବର୍ଷରୁ ଅଧିକ ବୟସର ଲୋକ ନେଇପାରିବେ ।
28 ଦିନର ବ୍ୟବଧାନରେ ଟିକାର ଦୁଇଟି ଡୋଜ ନେବାକୁ ପଡିବ । ଭାରତ ବାୟୋଟେକ୍ ଅନୁଯାୟୀ, କୋଭିନ୍ ୱେବସାଇଟ୍ ପରିଦର୍ଶନ କରି ଇଣ୍ଟ୍ରାନାସାଲ୍ ଟିକା ପାଇଁ ଏକ ନିଯୁକ୍ତି ବୁକ୍ କରାଯାଇପାରିବ । iNCOVACC ୱାଶିଂଟନ୍ ୟୁନିଭରସିଟି, ସେଣ୍ଟ୍ ଲୁଇସ୍ ସହଭାଗିତାରେ ତିଆରି କରାଯାଇଛି । ତେବେ ଦେଶରେ କରୋନା ଟିକାକରଣ ଅଭିଯାନକୁ ଆହୁରି ଆଗେଇ ନେବାରେ ଏହି ନାଜଲ୍ ଟିକା ସହାୟକ ହେବ । ଇନଜେକସରେ ଦିଆଯାଉଥିବା ଟିକା ତୁଳନାରେ ନାଜାଲ୍ ଭ୍ୟାକ୍ସିନ୍ ଭଲ ବୋଲି ବିବେଚନା କରାଯାଉଛି ।












Click it and Unblock the Notifications