Aditya L1 Mission: SUIT ପେଲୋଡ୍ କଏଦ କଲା ସୂର୍ଯ୍ୟଙ୍କର ଫଟୋ
ଆଦିତ୍ୟ L1' କଏଦ କଲା ସୂର୍ଯ୍ୟଙ୍କ ଫଟୋ । ଭାରତର ସନ୍ ମିଶନ୍ ଆଦିତ୍ୟ L1 ରେ ସ୍ଥାପିତ ପେଲୋଡ୍ ସୁଟ୍ (SUIT) ସୂର୍ଯ୍ୟଙ୍କ ଫଟୋ କଏଦ କରିଛି । ISRO ଶୁକ୍ରବାର ଦିନ ଏହି ସୂଚନା ଦେଇଛି ।
ଇସ୍ରୋ ନିଜର ଅଫିସିଆଲ୍ 'ଏକ୍ସ' ହ୍ୟାଣ୍ଡେଲ୍ରୁ ଏକ ପୋଷ୍ଟରେ କହିଛି ଯେ 'ସୁଟ୍ ପେଲୋଡ୍ ଅଲଟ୍ରାଭାଓଲେଟ୍ ୱେଭ ଲେନ୍ଥସ୍ ନିକଟରେ ସୂର୍ଯ୍ୟଙ୍କର ପୂର୍ଣ୍ଣ ଡିସ୍କ ଇମେଜ୍ କଏଦ କରିଛି' । ଇସ୍ରୋ କହିଛି ଯେ, 'ଫଟୋଗୁଡ଼ିକରେ ୨୦୦ରୁ ୪୦୦ ଏନ୍ଏମ୍ ପର୍ଯ୍ୟନ୍ତ ୱେଭ ଲେନ୍ଥସ୍ରେ ସୂର୍ଯ୍ୟଙ୍କର ପ୍ରଥମ-ପୂର୍ଣ୍ଣ-ଡିସ୍କ ରିପ୍ରେସେଣ୍ଟେସନ ଅନ୍ତର୍ଭୁକ୍ତ ରହିଛି । ଫଟୋଗୁଡ଼ିକ ସୂର୍ଯ୍ୟଙ୍କ ଫଟୋଗ୍ରାଫି ଓ କ୍ରୋମୋସଫିରର ଜଟିଳ ବିବରଣୀ ପ୍ରଦାନ କରିଥାଏ ।

ସୂଚନାଥାଉ କି, ଆଦିତ୍ୟ ଏଲ୍୧କୁ ସେପ୍ଟେମ୍ବର ୨ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଲଞ୍ଚ କରାଯାଇଥିଲା । ISRO ଅନୁଯାୟୀ, 'ଆଦିତ୍ୟ- L1' ହେଉଛି ସୂର୍ଯ୍ୟଙ୍କ ଗବେଷଣା ପାଇଁ ପ୍ରଥମ ସ୍ପେସ୍ ଆଧାରିତ ପର୍ଯ୍ୟବେକ୍ଷଣକାରୀ ।
Aditya-L1 Mission:
The SUIT payload captures full-disk images of the Sun in near ultraviolet wavelengthsThe images include the first-ever full-disk representations of the Sun in wavelengths ranging from 200 to 400 nm.
They provide pioneering insights into the intricate details… pic.twitter.com/YBAYJ3YkUy
— ISRO (@isro) December 8, 2023
ଏହା ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଲାଗ୍ରାଙ୍ଗିଆନ୍ ପଏଣ୍ଟ 'L1' ର ଏକ ହାଲରୁ ସୂର୍ଯ୍ୟଙ୍କୁ ଗବେଷଣା କରୁଛି । ଏହି ମହାକାଶଯାନ ୧୨୫ ଦିନ ମଧ୍ୟରେ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ 'ଏଲ୍୧' ବିନ୍ଦୁ ପାଖରେ ଏକ ପ୍ରଭାମଣ୍ଡଳ କକ୍ଷରେ ସ୍ଥାପିତ ହେବ ।












Click it and Unblock the Notifications