ହିମାଚଳପ୍ରଦେଶରେ ଏଯାଏଁ ୧୯୯ ମୃତ, ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି

ହିମାଚଳପ୍ରଦେଶରେ ଚଳିତ ବର୍ଷ ୨୦ ଜୁନ୍‌ରୁ ୬ ଅଗଷ୍ଟ ମଧ୍ୟରେ ମୌସୁମୀ କାରଣରୁ ପ୍ରବଳ ବର୍ଷା ଫଳରେ ଏଯାଏଁ ପ୍ରାୟ ୧୯୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି । ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ପ୍ରାଧିକରଣ ଏହୋର ସଦ୍ୟ ରିପୋର୍ଟ ଜାରି କରିଛି ।

ରିପୋର୍ଟ ଅନୁସାରେ ବର୍ଷା ସହ ଜଡିତ ଘଟଣା ଯେପରି ଭୂସ୍ଖଳନ, ବାଦଲଫଟା ବର୍ଷା, ବିଦ୍ୟୁତ୍‌ ଆଘାତରେ ୧୦୮ ଜଣଙ୍କ ମୃତ୍ୟୁ ହୋଇଛି । ୯୧ ଜଣଙ୍କ ମୃତ୍ୟୁ ରାସ୍ତାରେ ଅଘଟଣ କାରଣରୁ ହୋଇଛି । ଏହା ବ୍ୟତୀତ ୩୦୪ ଜଣ ଆହତ ହେବା ସହ ୩୬ ଜଣ ଏବେ ବି ନିଖୋଜ ରହିଛନ୍ତି ।

199 dead in Himachal Pradesh so far damage worth Rs 1905 5 crore

ପ୍ରଦେଶର ଅନେକ ସ୍ଥାନରେ କ୍ଷୟକ୍ଷତି ଘଟିଛି । ପରିଚାଳନା ସଞ୍ଚାଳନ କେନ୍ଦ୍ରର ୬ ଅଗଷ୍ଟର ରିପୋର୍ଟ ଅନୁସାରେ ସାରା ରାଜ୍ୟରେ ୫୩୩ ରାସ୍ତା ଏବେ ମଧ୍ୟ ବନ୍ଦ ରହିଛି । ଯେଉଁଥିରେ ପ୍ରମୁଖ ଜାତୀୟ ରାଜପଥ ୩, ୫, ୨୧ ଓ ୩୦୫ ସାମିଲ ରହିଛି । ଏହା ବ୍ୟତୀତ ୬୩୫ ପାୱାର ଟ୍ରାନ୍ସଫର ଠପ୍‌ ହୋଇ ଯାଇଛି । ୨୬୬ ପାନୀୟ ଜଳ ଯୋଜନାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଫଳରେ ସର୍ବସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ସେହିପରି ମଣ୍ଡୀ, କୁଲ୍ଲୁ ଓ କାଙ୍ଗଡା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମଣ୍ଡୀରେ ବର୍ଷା ପରେ ପ୍ରାୟ ୨୩ ଜଣଙ୍କ ଜୀବନ ଚାଲି ଯାଇଛି ।

ଭାରତୀୟ ପାଣିପାଗ ବିଭାଗ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଅଧିକରୁ ଅଧିକ ବର୍ଷା ପାଇଁ ଚେତାବନୀ ଜାରି କରିଛି । ପ୍ରଶାସନକୁ ଏଥିପାଇଁ ହାଇ ଆଲର୍ଟରେ ରହିବାକୁ କୁହାଯାଉଛି ।
ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ପ୍ରାଧିକରଣ କହିବାନୁସାରେ, ଏଯାଏଁ ସର୍ବସାଧାରଣ, ଘରୋଇ ସମ୍ପତ୍ତିର ପ୍ରାୟ ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏଥିରେ ରାସ୍ତା, ଘର, କୃଷି, ବଗିଚା, ବିଦ୍ୟୁତ୍‌ ଆଦି ସାମିଲ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+