ଆଜି ଲୋକସଭାରେ ଶପଥ ନେବେ ୧୯ ଓଡ଼ିଆ ସାଂସଦ
ସଂସଦରେ ଆଜି ଶପଥ ନେବେ ୧୯ ଓଡ଼ିଆ ସାଂସଦ । ଗତକାଲି ଓଡ଼ିଶାର ଦୁଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଛନ୍ତି। ଆଜି ବାକି ୧୯ ସାଂସଦ ଶପଥ ନେବେ ।

ଅଷ୍ଟଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ସାଂସଦମାନେ ଶପଥ ନେଉଛନ୍ତି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରି ମହତାବଙ୍କୁ କାମ ଚଳା ବାଚସ୍ପତି ରୂପେ ଶପଥ ପାଠ କରାଇଥିଲେ। ଏହାପରେ ସେ ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଥିଲେ।
ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଗତକାଲି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିଥିବା ବେଳେ । ଅବଶିଷ୍ଟ ସାଂସଦ ଆଜି ଶପଥ ନେବେ। ଆସନ୍ତା କାଲି ହେବ ବାଚସ୍ପତି ନିର୍ବାଚନ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ନେଇଥିଲେ। ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଥିଲେ। ତୃତୀୟ ପାଳିରେ ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏହା ସହ ସେ କହିଛନ୍ତି ଯେ, 'ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ। ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ। ଏହା ଆମ ପାଇଁ ଭବ୍ୟ ବିଜୟ। ୩ ଗୁଣା ଅଧିକ ପରିଶ୍ରମ କରିବୁ।'
ଲୋକସଭାର ଏହି ଅଧିବେଶନ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ୧୦ ଦିନରେ ସମୁଦାୟ ୮ଟି ବୈଠକ ହେବ | ଦୁଇ ଦିନ ଧରି ଚାଲିବ ନବ ନିର୍ବାଚିତ ସଦସ୍ୟଙ୍କ ଶପଥରୁ ଏହି ଅଧିବେଶନ ଆରମ୍ଭ ହୋଇଛି ।
ଅଧିବେଶନର ଶେଷ ଦୁଇ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସରକାର ଧନ୍ୟବାଦ ଅର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨ ରେ ଲୋକସଭା ଏବଂ ଜୁଲାଇ ୩ ରେ ରାଜ୍ୟସଭାକୁ ସମ୍ବୋଧିତ କରିବେ। ଏହା ପରେ ଉଭୟ ଗୃହରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରାଯିବ। ଗତ ଦଶ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଥିବା ନରେନ୍ଦ୍ର ମୋଦୀ ଏକ ଦୃଢ଼ ବିରୋଧର ସମ୍ମୁଖୀନ ହେବେ। ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ କାମଚଳା ବାଚସ୍ପତି ପ୍ରସଙ୍ଗରେ ବିବାଦ ତୀବ୍ର ହୋଇଛି।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications