ବାଗମତୀ ଏକ୍ସପ୍ରେସ ଦୁର୍ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ରେଳବାଇ

ଚେନ୍ନାଇ: ପୁଣି ଆଉ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଥିଲା । ପରସ୍ପର ମଧ୍ୟରେ ଧକ୍କା ଫଳରେ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଦୁଇଟି ବଗି ସଂପୂର୍ଣ୍ଣ ଜଳିଯାଇଇଥିଲା ।

ଆଉ ଏହି ଘଟଣା ଗତକାଲି ରାତିରେ ହୋଇଥିଲା । ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ କାହାର ପ୍ରାଣହାନି ଘଟିନାହିଁ ବୋଲି ଦକ୍ଷିଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୯ ଆହତ ଯାତ୍ରୀଙ୍କ ମଧ୍ୟରୁ ୨ରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Bagmati Express Accident

ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ। ତେବେ କିଭଳି ହେଲା ଏହି ଦୁର୍ଘଟଣା। ଏଥିପାଇଁ କିଏ ଦାୟୀ। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବ। ରେଲୱେ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+