ଭୟଙ୍କର ସଡ଼କ ଦୁର୍ଘଟଣା: ୧୮ ମୃତ, ୧୯ ଗୁରୁତର
18 People Have Died In An Accident On The Lucknow: ଉତ୍ତରପ୍ରଦେଶ ଉନ୍ନାଓରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଘଟଣାସ୍ଥଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।

ବିହାରରୁ ଦିଲ୍ଲୀ ଯାଉଥିବା ବେଳେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସର ୱେରେ ଏକ କ୍ଷୀର ଟ୍ୟାଙ୍କର ଉପରକୁ ଏକ ବସ୍ ମାଡ଼ି ଯାଇଥିବା କାରଣରୁ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଅଧିକ ସଂଖ୍ୟାରେ ଶ୍ରମିକ ଥିବା ନେଇ ସୂଚନା ରହିଛି । ସମସ୍ତଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।












Click it and Unblock the Notifications