Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ପୂର୍ବରୁ ବଡ଼ ମାଓ ଅପରେସନ୍‌, ଏନକାଉଣ୍ଟରରେ ଟଳିଲେ ୨୯ ମାଓବାଦୀ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଜାରି ରହିଛି ମାଓବାଦୀ ନିପାତ ଅପରେସନ୍ । ଛତିଗଡରେ ପୁଣି ବଡ ଏନକାଉଣ୍ଟର କଲେ ଯବାନ । ଆଉ ଏଥିରେ 29 ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ଛତିଶଗଡ଼ କାଙ୍କେର ଜିଲ୍ଲା ଛୋଟେବେଟିଆ ଥାନା କଲପର ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ତେବେ ଏହି ସଂଖ୍ୟା ଉପରେ ବର୍ଭମାନ କୌଣସି ସ୍ପଷ୍ଟତା ଆସି ନାହିଁ । କିନ୍ତୁ ପୋଲିସ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ଅନୁସାରେ ମୃତ ନକ୍ସଲଙ୍କ ସଂଖ୍ୟା ଦୁଇ ଅଙ୍କରେ ହୋଇପାରେ ।

Naxal attack

ମିଳିଥିବା ସୂଚନା ଅନୁସାରେ ବିଏସଏଫ ଏବଂ ଡିଆରଡି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ କାଙ୍କେରର ଛୋଟେବେଠିଆ ଥାନା ଅନ୍ତର୍ଗତ କଲପର ଜଙ୍ଗଲରେ ସର୍ଚ୍ଚ ଅଭିଯାନରେ ବାହାରିଥିଲେ । ଏହି ସମୟରେ ନକ୍ସଲଙ୍କ ସହ ଏନକାଉଣ୍ଟଉର ଆରମ୍ଭ ହୋଇଥିଲା । କାଙ୍କେର ଏସପି ଇନ୍ଦ୍ରା କଲ୍ୟାଣ ଏଲେସେଲା ନକ୍ସଲଙ୍କ ସହ ଗୁଳି ବିନିୟନ ଖବରକୁ ସ୍ପଷ୍ଟ କରିଛନ୍ତି । ଏହି ଏନକାଉଣ୍ଟରରେ ସୁରକ୍ଷାବାହିନୀର ୩ ଜଣ ଯବାନ ଆହତ ବି ହୋଇଛନ୍ତି । ପୁରା ଅଞ୍ଚଳକୁ ଏବେ କର୍ଡନ କରି କମ୍ବିଂକୁ ଜୋରଦାର କରାଯାଇଛି । ଜଙ୍ଗଲ ଭିତରେ ଆଜି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ଯବାନ । ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାରୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+