ହିମାଚଳ ଭୟଙ୍କର ଭୂସ୍ଖଳନରେ ୧୮ ମୃତ ; ପାଇଁ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି, ସହାୟତା ଘୋଷଣା

ହିମାଚଳପ୍ରଦେଶର ବିଳାସପୁର ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ଧରଣର ଭୂସ୍ଖଳନ ଘଟି ମାଟି ଅତଡ଼ା ତଳେ ଏକ ବସ୍‌ ପୋତିହୋଇପଡ଼ିବାରୁ ଅନୂ୍ୟନ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ବହୁସଂଖ୍ୟାରେ ଲୋକ ମାଟିପଥର ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ଜିଲା ପ୍ରଶାସନର ଅଧିକାରୀମାନେ ପହଞ୍ଚତ୍ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବିଳାସପୁର ଡେପୁଟୀ କମିଶନର ରାହୁଲ କୁମାର କହିଛନ୍ତି। ବସ୍‌ଟି ମାରୋଟାନ୍‌ରୁ ଘୁମାରନଓ୍ବିନ୍‌ ଯାଉଥିବାବେଳେ ସେଥିରେ ୩୦ରୁ ୩୫ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ବାଲୁ ବ୍ରିଜ୍‌ ନିକଟରେ ଭୂସ୍ଖଳନ ହେବାରୁ ପାହାଡ଼ ପାର୍ଶ୍ୱ ରାସ୍ତାରେ ଯାଉଥିବା ଘରୋଇ ବସ୍‌ଟି ମାଟିପଥର ତଳେ ପୋତିହୋଇପଡ଼ିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି କଷ୍ଟକର ସମୟରେ ମୋର ଚିନ୍ତାଧାରା ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ଅଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରଭାବିତ ଲୋକଙ୍କ ପାଇଁ କ୍ଷତିପୂରଣ ଘୋଷଣା ମଧ୍ୟ କରିଛି।

Himachal landslide

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦୁର୍ଘଟଣା ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ଶେୟାର କରିଛି। ପୋଷ୍ଟରେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ହିମାଚଳ ପ୍ରଦେଶର ବିଳାସପୁରରେ ଦୁର୍ଘଟଣାରେ ପ୍ରାଣହାନି ଯୋଗୁଁ ମୁଁ ଦୁଃଖିତ। ଏହି କଷ୍ଟକର ସମୟରେ ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ମୋର ଚିନ୍ତାଧାରା ରହିଛି।" ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

ସେ ଆହୁରି କହିଛନ୍ତି, 'ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ ଦୁର୍ଘଟଣାରେ ମୃତକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+