For Quick Alerts
Turn On Notification  
For Daily Alerts
Oneindia App Download

ବ୍ରଜଘାତରେ ଟଳି ପଡିଲେ ୧୮ ଗଜରାଜ

ବୁଧବାର ବିଳମ୍ବିତ ରାତିରେ ନାଗନ ଜିଲ୍ଲାର କୁଣ୍ଡୋଲି ପାହାଡ଼ ଅଞ୍ଚଳରେ ବଜ୍ରପାତ ହୋଇଥିଲା । ଏଥିରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି ।

|

ଗୌହାଟି: ଆସାମରେ ବଜ୍ରାଘାତରେ ୧୮ ହାତୀଙ୍କ ଜୀବନ ଯାଇଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ନାଗନ ଜିଲ୍ଲାର କୁଣ୍ଡୋଲି ପାହାଡ଼ ଅଞ୍ଚଳରେ ବଜ୍ରପାତ ହୋଇଥିଲା । ଏଥିରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି । ମାମଲାର ତଦନ୍ତ ସହ ଘଟଣାସ୍ଥଳ ପରିଦର୍ଶନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Elephant

କାଠିଆଟୋଲି ରେଞ୍ଜର କୁଣ୍ଡୋଲି ଜଙ୍ଗଲରେ ଏହି ଘଟଣା ଘଟିଛି । ୨ଟି ଦଳରେ ଥିବା ୧୮ ହାତୀଙ୍କ ମୃତ୍ୟୁ ହୋଇଛି । ପାହାଡ଼ର ଉପରୁ ଭାଗରେ ୧୪ ହାତୀଙ୍କ ମୃତଦେହ ପଡ଼ିଥିବା ବେଲେ ତଳ ଭାଗରେ ୪ଟି ହାତୀଙ୍କ ମରଶରୀର ପଡ଼ିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗଜରାଜଙ୍କ ମୃତ୍ୟୁ ଗତରାତିରେ ହୋଇଥିବ ବଜ୍ରପାତ ଯୋଗୁଁ ହୋଇଛି । ତେବେ ମୃତ୍ୟୁର କାରଣ ପୋଷ୍ଟ ମର୍ଟମ ପରେ ଜଣାପଡ଼ିବ । ଶୁକ୍ରବାର ମୃତହାତୀଙ୍କ ପୋଷ୍ଟମର୍ଟମ କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
18 Elephants were killed by Lightning strike in Assam
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X