Get Updates
Get notified of breaking news, exclusive insights, and must-see stories!

୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ୧୭ବର୍ଷ, ଏବେବି ମନରୁ ଲିଭୁନି ସେ ଦିନ

ମୁମ୍ବାଇ ଭାରତର ପ୍ରମୁଖ ଅର୍ଥନୈତିକ ସହର। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଦେଶର ଏହି ବାଣିଜ୍ୟିକ ରାଜଧାନୀରେ ଆତଙ୍କବାଦୀମାନେ ଖେଳିଥିଲେ ରକ୍ତର ହୋଲି। ଏହି ୨୬/୧୧ ଆତଙ୍କବାଦୀ ଆକ୍ରମଣ କଥା ଯେବେ ମନରେ ଆସେ ଆତଙ୍କରେ ଲୋମ ଟାଙ୍କୁରି ଯାଏ। ଏହି ଘଟଣାରେ ପାକିସ୍ତାନୀ ଆତତାୟୀଙ୍କ ଆକ୍ରମଣରେ ୧୭୦ରୁ ଅଧିକ ନିରିହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଲୋକ ଆହତ ହୋଇଥିଲେ। ମୃତକ ମାନଙ୍କ ମଧ୍ୟରେ ୨୯ ଜଣ ବିଦେଶୀ ନାଗରିକ ଥିଲେ। ଏବେ ଏହି ଘଟଣାକୁ ୧୭ବର୍ଷ ପୁରିଥିଲେ ମଧ୍ୟ ସେ ଦିନର ଘଟଣାକୁ ଭାରତରେ କେହି ବି ଭୁଲି ପାରିବେନି।

ଆକ୍ରମଣର ଯୋଜନା

ଏହି ଆକ୍ରମଣ ପାଇଁ ସମୁଦ୍ରପଥ ଦେଇ ପାକିସ୍ତାନରୁ ଆସିଥିଲେ ଲସ୍କର-ଏ-ତୋଏବାର ୧୦ ଆତଙ୍କବାଦୀ। ପାକିସ୍ତାନରେ ସେମାନଙ୍କ ପ୍ରଶିକ୍ଷଣ ସହିତ ମୁମ୍ବାଇରେ ଆକ୍ରମଣ କରିବା ପାଇଁ ବିଭିନ୍ନ ସ୍ଥାନ ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। ଏହି ଯୋଜନା ସମ୍ପର୍କରେ ଭାରତୀୟ ଗୁଇନ୍ଦା ସଂସ୍ଥା କୌଣସି ଟେର ପାଇପାରି ନଥିଲା।

କେମିତି ହେଲା ଆକ୍ରମଣ

ସମୁଦ୍ରରେ ଭାରତର ଏକ ମାଛଧରା ବୋଟକୁ ଅପହରଣକରି ଏହି ଆତଙ୍କବାଦୀମାନେ ମୁମ୍ବାଇର କୋଲବା ସମୁଦ୍ରକୂଳରେ ପହଞ୍ଚି ଥିଲେ। ଏହାପରେ ସେମାନେ ଭାଗଭାଗ ହୋଇ ପୂର୍ବନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲେ। ମୁମ୍ବାଇର ଛତ୍ରପତି ଶିବାଜୀ ରେଳ ଷ୍ଟେସନ, ଓବରଏ ଟ୍ରାଇଡେଣ୍ଟ ହୋଟେଲ, ତାଜମହଲ ହୋଟେଲ, ଲିଓପୋଲଡ କାଫେ, କାମା ହସ୍ପିଟାଲ, ନରିମନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜ ଆଦି ସ୍ଥାନରେ ହମଲା ହୋଇଥିଲା।

17 years of Mumbai attack

ପ୍ରଥମେ ଦୁଇଜଣ ଆତଙ୍କବାଦୀ ଛତ୍ରପତି ଶିବାଜୀ ରେଳ ଷ୍ଟେସନରେ ବୋମା ଫୁଟାଇ ଅପେକ୍ଷାରତ ଯାତ୍ରୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏଠାରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ଆଉ କିଛି ଆତଙ୍କବାଦୀ ମୁମ୍ବାଇର ଲିଓପୋଲଡ କାଫେରେ ଆକ୍ରମଣ କରିଥିଲେ। ଏହାପରେ କୋଲବରେ ଏକ ଟ୍ୟାକ୍ସିରେ ବମବ୍ଲାଷ୍ଟ୍ ହୋଇଥିଲା।

ଆତଙ୍କବାଦୀମାନେ ପ୍ରଥମେ ଛୋଟବଡ଼ ସ୍ଥାନରେ ଆକ୍ରମଣ କରି ପୂର୍ବ ଯୋଜନା ଅନୁସାରେ ମୁମ୍ବାଇର ପ୍ରସିଦ୍ଧ ତାଜମହଲ ହୋଟେଲ, ଓବରଏ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମନ ହାଉସରେ ପଶିଯାଇଥିଲେ। ଏହିସବୁ ସ୍ଥାନରେ ରହି ସେମାନେ ପାଖାପାଖି ୪ ଦିନ ଧରି ବର୍ବର କାଣ୍ଡ ଘଟାଇଥିଲେ। ତାଜମହଲ ଓ ଟ୍ରାଇଡେଣ୍ଟ ହୋଟେଲର ଥିବା ଅନେକ କର୍ମଚାରୀ ଏବଂ ଅତିଥିମାନଙ୍କୁ ହତ୍ୟା କରିଥିଲେ।

ଆକ୍ରମଣର ଦମନ

ଏହି ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ମୁମ୍ବାଇ ପୋଲିସ ପ୍ରସ୍ତୁତ ନଥିଲା। ପ୍ରାରମ୍ଭିକ ସୂଚନା ପାଇ ମୁମ୍ବାଇ ପୋଲିସର ରାପିଡ ଆକ୍ସନ ଫୋର୍ସ ମୋର୍ଚ୍ଚା ସମ୍ଭାଳିଥିଲା। ଏହାସହ ମୁମ୍ବାଇ ସ୍ଥିତ ଭାରତୀୟ ନୌସେନାର କମାଣ୍ଡୋମାନେ ପୋଲିସର ସହଯୋଗ କରିଥିଲେ। ଏଥିରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବକୁ ପଡିଥିଲା।

ଏହି ୨୬/୧୧ ହମଲାରେ ପ୍ରାୟ ୧୫ ଜଣ ପୋଲିସକର୍ମୀ ପ୍ରାଣ ହରାଇଥିଲେ କରିଥିଲେ। ପରେ ଏହି ଆତଙ୍କବାଦୀ ଦମନ ଅଭିଯାନରେ ମୋର୍ଚ୍ଚା ସମ୍ଭାଳିଥିଲା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ(ଏନଏସଜି)। ଏନଏସଜି କମାଣ୍ଡୋ ମାନେ ୩ ଦିନ ଯାଏଁ ଅପରେସନ ଚଳାଇ ତାଜମହଲ ଓ ଟ୍ରାଇଡେଣ୍ଟ ହୋଟେଲ ଏବଂ ନରିମାନ ହାଉସରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିବା ସହ ସେଠାରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଏହି ଅଭିଯାନରେ ଏନଏସଜି ଅଧିକାରୀ ମେଜର ସନ୍ଦୀପ ଉନ୍ନିକୃଷନନଙ୍କ ସମେତ ଆଉ ଜଣ କମାଣ୍ଡୋ ଶହୀଦ ହୋଇଥିଲେ। ପରେ ସେମାନଙ୍କୁ ମରୋଣପରାନ୍ତ ଅଶୋକ ଚକ୍ର ସମ୍ମାନ ଦିଆଯାଇଥିଲା।

ଆତଙ୍କବାଦୀ କସାବର ଗିରଫଦାରୀ

ଆକ୍ରମଣର ପ୍ରଥମ ଦିନ ମୁମ୍ବାଇ ପୋଲିସ ଆତଙ୍କବାଦୀ ଆଜମଲ କସାବକୁ ଜୀବନ୍ତ ଗିରଫ କରିବାରେ ସଫଳ ହୋଇଥିଲା। ବେଳେ ପରେ ତା ଉପରେ ଭାରତୀୟ ଅଦାଲତରେ ମୋକଦ୍ଦମା ଚାଲିଥିଲା। କସାବ ୮୦ ଲୋକଙ୍କୁ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶୀ ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ। ୨୦୧୨ ମସିହାରେ ତାକୁ ଫାଶୀ ଦିଆଯାଇଥିଲା।

ଆକ୍ରମଣ ପରର ପଦକ୍ଷେପ

ଏହି ଆତଙ୍କବାଦୀ ଆକ୍ରମଣ ଭାରତର ଗୁଇନ୍ଦା ସଂସ୍ଥାଗୁଡ଼ିକରେ ଥିବା ଦୋଷ ଦୁର୍ବଳତାକୁ ଉଜାଗର କରିଦେଇଥିଲା। ପରେ ସେ ସବୁକୁ ଦୂର କରିବା ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ। ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସହଯୋଗିତାକୁ ବୃଦ୍ଧି କରାଯାଇଥିଲା। ଦେଶର ସୁରକ୍ଷାକୁ ଆହୁରି ମଜବୁତ କରଯାଇଥିଲା।

ଏହି ଲୋମହର୍ଷକାରୀ ଘଟଣାକୁ ୧୬ ବର୍ଷ ପୁରିଥିଲେ ମଧ୍ୟ ଏହାର ମାଷ୍ଟର ମାଇଣ୍ଡ ଆଜି ବି ପାକିସ୍ତାନରେ ଖୁଲମଖୁଲ୍ଲା ବୁଲୁଛନ୍ତି। ଭାରତ ପକ୍ଷରୁ ଯେତେ ଚାପ ପଡ଼ିଲେ ମଧ୍ୟ ପାକିସ୍ତାନ ସରକାର ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହି ପରିପ୍ରେକ୍ଷୀରେ ଜାତିସଂଘରେ ପାକିସ୍ତାନ ଚୀନର ସହାୟତାରେ ଭାରତର ଉଦ୍ୟମକୁ ସଫଳ କରିବାକୁ ଦେଉନାହିଁ। ଏହି ଘଟଣାର ପରେ ବର୍ଷ ଗଡ଼ୁଛି ସତ କିନ୍ତୁ ସେ ଦିନର ଘଟଣା ଆଜି ଯାଏଁ ଭୁଲି ହେଉନାହିଁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+