Get Updates
Get notified of breaking news, exclusive insights, and must-see stories!

୧୬ ବର୍ଷୀୟ ନାବାଳିକା/ନାବାଳକ ନେଇ ପାରିବେ ଶାରୀରିକ ସଂପର୍କ ନିଷ୍ପତ୍ତି: ମେଘାଳୟ ହାଇକୋର୍ଟ

ଶିଲଂ: ମେଘାଳୟ ହାଇକୋର୍ଟ ୧୬ ବର୍ଷୀୟ ନାବାଳିକା ଯୌନ ଶୋଷଣ ମାମଲାରେ ବଡ଼ ତର୍କ ଦେଇ ଫୈସଲା ଶୁଣାଇଛନ୍ତି । ହାଇକୋର୍ଟ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁଙ୍କ ସଂରକ୍ଷଣ ପାଇଁ ରହିଥିବା ପକ୍ସୋ ଅଧିନିୟମ ୨୦୧୨ର ଧାରା ୩ ଏବଂ ୪ ଆଧାରରେ ରୁଜୁ ଏଫଆଇଆରକୁ ରଦ୍ଦ କରି ରାୟ ଶୁଣାଇଛନ୍ତି ଯେ, ୧୬ ବର୍ଷୀୟା ନାବାଳିକା ଯୌନ ସମ୍ପର୍କ ବନାଇବାକୁ ନେଇ ସଚେତ ନିର୍ଣ୍ଣୟ ନେବାରେ ସକ୍ଷମ ।

ମେଘାଳୟ ହାଇକୋର୍ଟ କହିଛନ୍ତି କି, ଏହି ଆଇନ ସ୍ପଷ୍ଟ ଭାବେ ଦର୍ଶାଉଛି କି ଏହା ସେହି ମାମଲାଗୁଡିକୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁନାହିଁ ଯେଉଁଠାରେ ପୁଅ ଏବଂ ଝିଅ ପ୍ରେମ ସଂପର୍କରେ ସଂପୃକ୍ତ ଅଛନ୍ତି ।

Meghalaya High Court

ପ୍ରକାଶଯୋଗ୍ୟ, ଜଣେ ଯୁବକଙ୍କ ସହ ଶାରୀରିକ ସଂପର୍କରେ ରହଥିବା ଜଣେ ଯୁବତୀ ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ କରିଥିଲେ । ମେଘାଳୟ ହାଇକୋର୍ଟ ପ୍ରେମ ପ୍ରସଙ୍ଗ ସହ ସମ୍ବନ୍ଧିତ ଏହି ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀ ଅଭିଯୁକ୍ତ ଅନେକ ଘରେ କାମ କରୁଥିଲା ଏବଂ ଏଥିରେ ପୀଡିତା ନାବାଳିକାଙ୍କ ଘର ମଧ୍ୟ ସାମିଲ ଥିଲା । ଏହିଠାରୁ ହିଁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା ଏବଂ ଏହି ବନ୍ଧୁତା ଭଲପାଇବାରେ ପରିଣତ ହୋଇଥିଲା । ଏହାରି ମଧ୍ୟରେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଯେତେବେଳେ ଏ ସମ୍ପର୍କରେ ଯୁବତୀଙ୍କ ମା' ଜାଣିବାକୁ ପାଇଲେ ତେବେ ମାଆ ଆଇପିସିର ଧାରା ୩୬୩ ଏବଂ ପକ୍ସୋ ଆଇନର ଧାରା ୩ ଏବଂ ୪ ଆଧାରରେ ଏଫଆଇଆର୍ ରୁଜୁ କରିଥିଲେ ।

ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପରିବର୍ତ୍ତିତ ସାମାଜିକ ଆବଶ୍ୟକତା ସହ ତାଳ ଦେଇ ଆଇନରେ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । କାରଣ ୧୬ ବର୍ଷ ବୟସରେ ନାବାଳକର ଶାରୀରିକ ଓ ମାନସିକ ବିକାଶକୁ ଦୃଷ୍ଟିରେ ରଖି ଏଭଳି ବ୍ୟକ୍ତି ତା'ର ମଙ୍ଗଳ ସମ୍ବନ୍ଧରେ ନିଷ୍ପତ୍ତି ନେବାରେ ସକ୍ଷମ ହେବା ଯୁକ୍ତିଯୁକ୍ତ ବୋଲି ବିବେଚନା କରାଯିବ ।

ନାବାଳକଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ ଯେ ଏହା ଯୌନ ଉତ୍ପୀଡନ ମାମଲା ନୁହେଁ ବରଂ ସମ୍ପୂର୍ଣ୍ଣ ସହମତି କ୍ରମେ ସଂପର୍କ । ଏହି ମାମଲାରେ ଅଭିଯୁକ୍ତ ନିଜ ଓକିଲଙ୍କ ଜରିଆରେ ହାଇକୋର୍ଟଙ୍କୁ କହିଥିଲେ କି, ପୀଡିତା ନିଜେ ତାଙ୍କ ବୟାନରେ ଏବଂ କୋର୍ଟ ସାକ୍ଷ୍ୟ ସମୟରେ ପ୍ରକାଶ କରିଛନ୍ତି ଯେ, ଯୌନ ସଂପର୍କରେ କୌଣସି ଜୋର ଜବରଦସ୍ତି ସଂପୃକ୍ତି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+