ପ୍ରାର୍ଥନା କରିବା ବେଲେ ହଠାତ୍ ବେହୋସ ହେଲେ ୧୬ ଛାତ୍ର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏକ ବିଦ୍ୟାଳୟରେ ପ୍ରାର୍ଥନା ଚାଲିଥିବା ବେଳେ ଘଟିଛି ଏକ ବଡ଼ ଦୁର୍ଘଟଣା । ସ୍କୁଲରେ ସମସ୍ତ ପିଲାମାନେ ଆଖି ବନ୍ଦ କରି ପ୍ରାର୍ଥନା କରୁଥିଲେ, ହଠାତ୍ ଗୋଟିଏ ପରେ ଗୋଟିଏ ୧୬ ଜଣ ଛାତ୍ର ଛାତ୍ରୀ ତଳେ ପଡ଼ି ଯାଇଥିଲା । ବିଦ୍ୟାଳୟ ପ୍ରଶାସନର ଲୋକମାନେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାର ଡିଏମ ଏବଂ ଏସଏସପି ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ ।

ମଙ୍ଗଳବାର ସକାଳୁ ପ୍ରର୍ଥନା ସଭା ପରେ ସ୍କୁଲରେ କଥିତରୂପେ ଖେଳକୁଦ ଏବଂ ବାୟାମ କରାଯାଏ । ଜବରଦସ୍ତି ପିଲାଙ୍କୁ କରିବାକୁ ବାଧ୍ୟ କରାଯାଏ । ଫଳରେ ଏଥିରେ ୧୨ ଜଣ ବେହୋଶ ହୋଇଯାଇଛନ୍ତି । ଏ ସମସ୍ତ ଛାତ୍ରୀଛାତ୍ର ଷଷ୍ଠରୁ ନବମ ଶ୍ରେଣୀ ମଧ୍ୟରେ ପାଠପଢ଼ନ୍ତି । ତେବେ ଏହି ଘଟଣାକୁ ନେଇ ଜିଲାପାଳ କହିଛନ୍ତି ଯେ, ପ୍ରବଳ ଗରମ କାରଣରୁ ଏପରି ହୋଇଛି । ଉକ୍ତ ସ୍କୁଲକୁ ଏକ ମେଡିକାଲ୍ ଟିମ୍ ପଠାଯାଇଛି ।

students faint and dizzy

ସୁଚନାନୁସାରେ ଉତ୍ତରପ୍ରଦେଶର ଏଟା ଜିଲ୍ଲାର ହରଚାନ୍ଦପୁରରେ ଅବସ୍ଥିତ କେନ୍ଦ୍ରିୟ ବିଦ୍ୟାଲୟାରୁ ଏଭଳି ଘଟଣା ଘଟିଛି । ଏହି ସମସ୍ତ ଛାତ୍ରମାନେ ଷଷ୍ଠରୁ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା କୁହାଯାଉଛି । ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସଏସପି ଜରୁରୀକାଳୀନ ୱାର୍ଡରେ ପହଞ୍ଚି କହିଛନ୍ତି ଯେ ବର୍ତ୍ତମାନ ସମସ୍ତ ଶିଶୁ ଭଲ ଅଛନ୍ତି ଏବଂ ସେମାନଙ୍କ ଚିକିତ୍ସା ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+