ଦେଶରୁ ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲ ମୂଳପୋଛ: ଅମିତ୍ ଶାହା
ଛତିଶଗଡ ଏନକାଉଣ୍ଟର ପରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୋଦୀଙ୍କ ନେତୃତ୍ଵରେ ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରାଯିବ। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦ ମୂଳପୋଛ କରାଯିବ। ନକ୍ସଲ ମାନଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଅମିତ୍ ଶାହା ଅପିଲ୍ କରିଛନ୍ତି। ହିଂସାରେ ପରିବର୍ତ୍ତନ ଆସେନି, କେବଳ ଶାନ୍ତି ଏବଂ ବିକାଶ ଦ୍ଵାରା ହିଁ ଏହା ସମ୍ଭବ ହୋଇଥାଏ।
ସୂଚନା ଅନୁସାରେ ଛତିଶଗଡ଼ ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ଼ ଉପରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । DRG ଏବଂ CRPF କୋବ୍ରା ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ସୁକମା-ଦାନ୍ତେୱାଡ଼ା ସୀମାରେ ଗୁଳି ବିନିମୟ ଜାରି ରହିଛି ।

ଯାହାକୁ ଆଧାର କରି DRG ଓ ସିଆର୍ପିଏଫ୍ ବାହିନୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଯାହାପରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।












Click it and Unblock the Notifications