Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରେ ଭୟଙ୍କର ଦୁର୍ଘଟଣା ; ନଦୀକୁ ଖସିଲା ବସ୍‌, ଚାଲିଗଲା ଜୀବନ

ପାକିସ୍ତାନ ଅଧିକୃତ ଗିଲଗିତ-ବାଲିସ୍ତାନ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ସିନ୍ଧୁ ନଦୀକୁ ଖସି ପଡିଛି । ଫଳରେ ୧୬ ଜଣଙ୍କ ମୃତଦେହକୁ ଜବତ କରାଯାଇଛି । ସମସ୍ତ ଯାତ୍ରୀ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ସୂଚନା ଅନୁଯାୟୀ, ଯେଉଁ ବସ୍ ସହିତ ଦୁର୍ଘଟଣା ଘଟିଥିଲା ତାହା ଏସ୍ତୋରରୁ ପଞ୍ଜାବର ଚକୱାଲ ଜିଲ୍ଲା ଅଭିମୁଖେ ଯାଉଥିଲା। ତେବେ ବସ୍‌ଟି ତେଲଚି ବ୍ରିଜରୁ ସିନ୍ଧୁ ନଦୀକୁ ଖସିପଡିଥିଲା। ବସ୍ ନଦୀକୁ ଖସିପଡ଼ିବା ଫଳରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଆହତ ହୋଇଥିଲେ।

pok accident

ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି ଯେ ଦୁର୍ଘଟଣା ସମୟରେ ବସ୍‌ରେ ବସିଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛଥିଲେ। ପାକିସ୍ତାନ ଅଧିକୃତ କାଶ୍ମୀର ପାହାଡ ଗିଲଗିତ-ବାଲ୍ଟିସ୍ତାନ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବସ୍‌ରେ ବସିଥିବା ଅନ୍ୟ ଲୋକଙ୍କୁ ଖୋଜା ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+