For Quick Alerts
Turn On Notification  
For Daily Alerts
Oneindia App Download

ଭାରତୀୟଙ୍କ ମହାନତା, 5 ବର୍ଷର ଶିଶୁର ଚିକିତ୍ସା ପାଇଁ ସଂଗ୍ରହ ହେଲା 16 କୋଟି

ପାଞ୍ଚ ବର୍ଷର ଏହି ଶିଶୁର ନାମ ତୀରା କାମତ । ମୁମ୍ବାଇର ଏହି ଶିଶୁ ଜଣକ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଶିଶୁର ମା ପ୍ରିୟଙ୍କା କହିଛନ୍ତି ଯେ ଝିଅକୁ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି । ସ୍ତନପାନ କରିବା ସମୟରେ ଶିଶୁ ଶ୍ୱାସରୁଦ୍ଧ ହୋଇଯାଉଛି ।

|

ଭାରତର ଲୋକ ମାନେ ସାଧାରଣତଃ ଭାରି ସମ୍ବେଦନଶୀଳ ତଥା ସରଳ ହୃଦୟର । ବିପଦ ସମୟରେ ମାନସିକ ଭାବେ ହେଉ ଅବା ଆର୍ଥିକ ଭାବେ ସହାୟତା କରିବା ନେଇ ଭାରତୀୟଙ୍କ ସରଳ ମନୋଭାବ ରହିଛି । ଏହା ଆମେ କହୁନାହୁଁ, ବରଂ ଏହି ଖବର କହୁଛି । ଏପରି ଏକ ଘଟଣା ନଜରକୁ ଆସିଛି ଆମ ମହାନ୍ ଭାରତରେ । କରୋନା ମହାମାରୀ ସମୟରେ ଲୋକଙ୍କ ପାଖରେ ଆର୍ଥିକ ଅଭାବ ଥିବା ସତ୍ତ୍ୱେ ଗୋଟିଏ 5 ବର୍ଷର ଶିଶୁର ଜୀବନ ରକ୍ଷା କରିବା ପାଇଁ ଦେଶବାସୀ ଦେଇଛନ୍ତି 16 କୋଟି ଟଙ୍କା । ହଁ, ଏହା ପଢି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଖବରଟି ସମ୍ପୂର୍ଣ୍ଣ ସତ୍ୟ ।

teera-5-year-old-baby-Maharashtra

ପାଞ୍ଚ ବର୍ଷର ଏହି ଶିଶୁର ନାମ ତୀରା କାମତ । ମୁମ୍ବାଇର ଏହି ଶିଶୁ ଜଣକ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ଶିଶୁର ମା ପ୍ରିୟଙ୍କା କହିଛନ୍ତି ଯେ ଝିଅକୁ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି । ସ୍ତନପାନ କରିବା ସମୟରେ ଶିଶୁ ଶ୍ୱାସରୁଦ୍ଧ ହୋଇଯାଉଛି ।

ଶିଶୁଟିର SMA ତଥା ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି ପ୍ରକାରର ଏକ ବିରଳ ସମସ୍ୟା ରହିଛି । SMA ଏକ ନ୍ୟୁରୋ-ମାଂସପେଶୀ ବ୍ୟାଧି, ଯାହା ଶରୀରକୁ ଧୀରେ ଧୀରେ ଦୁର୍ବଳ କରିଥାଏ । ମସ୍ତିଷ୍କର ସ୍ନାୟୁ କୋଷ ଏବଂ ମେରୁଦଣ୍ଡ ଉପରେ କୁପ୍ରଭାବ ପକାଇ ଏହାକୁ କ୍ଷତି ପହଞ୍ଚାଇଥାଏ । ଏହା ବ୍ୟତୀତ ଶରୀରର ଅନେକ ଅଙ୍ଗ ଅଚଳ ହୋଇଯାଏ ।

ବର୍ତ୍ତମାନ ଏହାର ଚିକିତ୍ସା କେବଳ Zolgensma ଇଞ୍ଜେକ୍ସନ ଦ୍ୱାରା ସମ୍ଭବ । ଯାହା ଆମେରିକାରୁ ମିଳିବ । ଇଞ୍ଜେକ୍ସନ ଏତେ ମହଙ୍ଗା ଯେ ସାଧାରଣ ଲୋକ ଏହାକୁ କିଣିବା ସମ୍ଭବ ନୁହେଁ। ଏହାର ଦାମ୍ ପ୍ରାୟ 16 କୋଟି ଟଙ୍କା । ତୀରାଙ୍କ ପରିବାର ପାଇଁ ମଧ୍ୟ ଏହା କଷ୍ଟସାଧ୍ୟ ଥିଲା । ସାହାଯ୍ୟ ପାଇଁ ସେମାନେ ପାଣ୍ଠି ସଂଗ୍ରହ ଆରମ୍ଭ କଲେ । ଏକ ୱେବପୃଷ୍ଠା ସୃଷ୍ଟି କରାଗଲା, ଯେଉଁଥିରୁ ବହୁତ ଭଲ ପ୍ରତିକ୍ରିୟା ମିଳିଲା । କରୋନା ଅବଧିରେ ଆର୍ଥିକ ଅବସ୍ଥା ଭଲ ନହେବା ସତ୍ତ୍ୱେ ଲୋକଙ୍କ ସାହାଯ୍ୟରେ ପ୍ରାୟ 16 କୋଟି ଟଙ୍କା ମଧ୍ୟ ସଂଗ୍ରହ କରାଯାଇଛି ।

ଆମେ ଇନଷ୍ଟାଗ୍ରାମ, ଫେସବୁକ୍ ମାଧ୍ୟମରେ ଲୋକଙ୍କୁ ଆମର କାହାଣୀ କହିବା ଆରମ୍ଭ କଲୁ । ଏହା ଦ୍ୱାରା ଲୋକମାନେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିବା ସହ ପାଣ୍ଠି ସଂଗ୍ରହ କରି ସହାୟତା କରିଛନ୍ତି ବୋଲି କହନ୍ତି ତୀରାର ପିତା ମିହିର କାମତ ।

ଲୋକଙ୍କ ସାହାଯ୍ୟ ସହାୟତା ବଳରେ 16 କୋଟି ଟଙ୍କା ସଂଗ୍ରହ କରାଯାଇଛି । କିନ୍ତୁ ଆମେରିକାରୁ ଇଞ୍ଜେକ୍ସନ ପାଇବା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ । କାରଣ ଭାରତରେ 16 କୋଟି ଟଙ୍କାର Zolgensma ଇଞ୍ଜେକ୍ସନ ମଗାଇବା ପାଇଁ ପ୍ରାୟ 6 କୋଟି ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିବ । ଏଥିପାଇଁ ମୋଟ 22 କୋଟି ଟଙ୍କା ଲାଗିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜେକ୍ସନ୍ ଉପରେ ଲାଗିବାକୁ ଥିବା 6 କୋଟି ଟଙ୍କାର ଟ୍ୟାକ୍ସ ଛାଡ କରିଛନ୍ତି ।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟିକସ ଛାଡ କରିବାକୁ ଏକ ଚିଠି ଲେଖିଥିଲେ । ତୀରାର ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ କିଣିବା ପାଇଁ ଭାରତ ବାସୀ ଏବଂ ସରକାରଙ୍କ ସହାୟତାରେ 22 କୋଟି ଟଙ୍କାର ପାଣ୍ଠି ଯୋଗାଡ଼ ହୋଇପାରିଛି । ଏହି ସଂଗୃହିତ ଟଙ୍କା ମାଧ୍ୟମରେ ଆମେରିକାରୁ ଟିକା ଆଣିବା ସହ ଶିଶୁର ଚିକିତ୍ସା ,ଫଳ ହେଉ ବୋଲି ସାରା ଭାରତବାସୀ କାମନା କରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
16 Crore Collection by Indian for treatment of 5 year old baby.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X