୧୫୧ ସାଂସଦ ଓ ବିଧାୟକଙ୍କ ନାଁରେ ମହିଳା ବିରୋଧୀ ଅପରାଧ, ଓଡ଼ିଶାରୁ ୧୭
ନୂଆଦିଲ୍ଲୀ: ଦେଶରେ ଅତି କମ୍ରେ ୧୫୧ ଜଣ ସାଂସଦ ଓ ବିଧାୟକ ସେମାନଙ୍କ ନିର୍ବାଚନୀ ସତ୍ୟପାଠରେ ମହିଳା-ବିରୋଧୀ ଅପରାଧ ସମ୍ବନ୍ଧୀୟ ମାମଲା ଥିବା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ସର୍ବାଧିକ ସଂଖ୍ୟକ ସାଂସଦ ଏଭଳି ମାମଲାର ସମ୍ମୁଖୀନ ହୋଇଛନ୍ତି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ ଏକଥା ଦର୍ଶାଯାଇଛି।
୨୦୧୯ରୁ ୨୦୨୪ ମଧ୍ୟରେ ଦେଶରେ ହୋଇଥିବା ବିଭିନ୍ନ ନିର୍ବାଚନବେଳେ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଦାଖଲ ହୋଇଥିବା ବର୍ତ୍ତମାନର ବିଧାୟକ ଏବଂ ଏମ୍ପିମାନଙ୍କ ୪,୮୦୯ ସତ୍ୟପାଠରୁ ୪,୬୯୩ଟିକୁ ଯାଞ୍ଚ କରି ଏଡିଆର୍ ଉକ୍ତ ରିପୋର୍ଟ ପ୍ରକାଶ କରିଛି। ୧୩୫ ବିଧାୟକ ଓ ୧୬ ଏମ୍ପିଙ୍କ ନଁରେ ମହିଳା ବିରୋଧୀ ଅପରାଧ ମାମଲା ଚାଲିଛି। ରାଜ୍ୟଗୁଡ଼ିକ ମଧ୍ୟରୁ ଏହି ତାଲିକାରେ ପଶ୍ଚିମବଙ୍ଗ ସର୍ବାଗ୍ରେ ରହିଛି। ପଶ୍ଚିମବଙ୍ଗର ୨୫, ଆନ୍ଧ୍ରର ୨୧ ଓ ଓଡ଼ିଶାର ୧୭ ବିଧାୟକ ଏବଂ ଏମ୍ପି ନିଜ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ଥିବା ବିଷୟ ସେମାନେ ଘୋଷଣା କରିଛନ୍ତି।

ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଦେଶରେ ବିଜେପିର ସର୍ବାଧିକ ୫୪ ଏମ୍ପି ଏବଂ ବିଧାୟକଙ୍କ ନାଁରେ ମହିଳା ବିରୋଧୀ ଅପରାଧ ରହିଛି। ସେହିପରି କଂଗ୍ରେସର ୨୩ ଓ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ୧୭ ଏମ୍ପି ଓ ବିଧାୟକଙ୍କ ନାଁରେ ଏଭଳି ସଙ୍ଗିନ ମାମଲା ରହିଛି। ରିପୋର୍ଟ ଅନୁଯାୟୀ, ଭାରତର ୧୬ ବିଧାୟକ ଓ ଏମ୍ପିଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି। ସେଥିମଧ୍ୟରୁ ୧୪ ବିଧାୟକ ଓ ୨ ଏମ୍ପି ରହିଛନ୍ତି। ଉଭୟ ଭାଜପା ଏବଂ କଂଗ୍ରେସର ୫ ଲେଖାଏ ବିଧାୟକ ଓ ଏମ୍ପିଙ୍କ ନାଁରେ ବଳାତ୍କାର ମାମଲା ରହିଛି। ଓଡ଼ିଶାର ୧୭ ଜଣଙ୍କ ମଧ୍ୟରୁ ୧୬ ବିଧାୟକ ଏବଂ ଜଣେ ଏମ୍ପି ଅଛନ୍ତି।
ମଧ୍ୟରୁ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ବିରୋଧରେ ବଳାତ୍କାର ମାମଲା ଚାଲିଥିବା ସେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ଢେଙ୍କାନାଳର ଭାଜପା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ନିମାପଡ଼ା (ବିଜେପି ) ବିଧାୟିକା ପ୍ରଭାତୀ ପରିଡ଼ା, କଟକ ସଦର (ବିଜେପି) ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଖୋର୍ଦ୍ଧା (ବିଜେପି) ବିଧାୟକ ପ୍ରଶାନ୍ତ ଜଗଦେବ, କୁଚିଣ୍ଡା (ବିଜେପି) ବିଧାୟକ ରବିନାରାୟଣ ନାଏକ, ପାଲଲହଡ଼ା (ଭାଜପା) ବିଧାୟକ ଅଶୋକ ମହାନ୍ତି, ପିପିଲି (ବିଜେପି) ବିଧାୟକ ଆଶ୍ରିତ ପଟ୍ଟନାୟକ, ସମ୍ବଲପୁର (ବିଜେପି) ବିଧାୟକ ଜୟନାରାୟଣ ମିଶ୍ର, ସତ୍ୟବାଦୀ (ବିଜେପି) ବିଧାୟକ ଓମ୍ ପ୍ରକାଶ ମିଶ୍ର,
ବାରିପଦା (ବିଜେପି) ବିଧାୟକ ପ୍ରକାଶ ସୋରେନ୍, ଧାମନଗର (ବିଜେପି) ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଚମ୍ପୁଆ (ବିଜେଡି) ବିଧାୟକ ସନାତନ ମହାକୁଡ଼, ଧର୍ମଶାଳା (ସ୍ୱାଧୀନ) ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ମ୍ବା (ସ୍ୱାଧୀନ) ବିଧାୟକ ବିଜୟ କୁମାର ଦଳବେହେରା ଏବଂ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ମଧ୍ୟ ମହିଳା ବିରୋଧୀ ଅପରାଧ ମାମଲା ବିଚାରାଧୀନ ରହିଛି। ସୁନ୍ଦରଗଡ଼ (ବିଜେପି) ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ମଧ୍ୟ ମହିଳା ବିରୋଧୀ ହିଂସା ମାମଲା ରହିଛି।












Click it and Unblock the Notifications