ପଶ୍ଚିମବଙ୍ଗରେ ଥମୁନି ୱାକଫ ଆଇନ ବିରୋଧରେ ହିଂସା: ୧୫ ପୋଲିସ କର୍ମଚାରୀ ଆହତ
ପଶ୍ଚିମବଙ୍ଗରେ ଥମୁନି ୱାକଫ ଆଇନ ବିରୋଧରେ ହିଂସା । ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ପ୍ରତିବାଦକାରୀମାନେ ସଡ଼କ ଏବଂ ରେଳ ଚଳାଚଳ ବାଧାପ୍ରାପ୍ତ କରିଛନ୍ତି ସେହିପରି କିଛି କିଛି ସ୍ଥାନରେ ଗାଡ଼ିଗୁଡ଼ିକୁ ମଧ୍ୟ ପୋଡ଼ି ଦିଆଯାଇଥିବା ଦେଖିବା ପାଇଁ ମିଳିଛି । ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସମୟରେ ପୋଲିସ କର୍ମଚାରୀ ମଧ୍ୟ ଆହତ ମଧ୍ୟ ହୋଇଛନ୍ତି ।
ମୁର୍ଶିଦାବାଦ ଜିଲ୍ଲାର ସୁଟିରେ ପ୍ରଦର୍ଶନକାରୀମାନେ ଏକାଠି ହୋଇ ରାସ୍ତା ଅବରୋଧ କରିବା ସହ ପୋଲିସ ଉପରକୁ ପଥର ମାଡ଼ କରିଥିଲେ, ପୋଲିସ ଭ୍ୟାନ ଏବଂ ସାଧାରଣ ବସ୍ ଜାଳି ଦେବାର ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳିଥିଲା ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଶୁକ୍ରବାର ନମାଜ ପରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ୱାକଫ ଆଇନ ବିରୋଧରେ ପ୍ରତିବାଦ କରିବା ଆରମ୍ଭ କରିଥିଲେ । ଜାତୀୟ ରାଜପଥ-୧୨ର ଏକ ଅଂଶକୁ ଅବରୋଧ କରିଥିଲେ। ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଯେଉଁଥିରେ ପ୍ରାୟ ୧୫ ଜଣ ପୋଲିସ ଏବଂ ୧୦ ଜଣ ଆହତ ହୋଇଥିଲେ। ସେହିପରି ଜଣେ ନାବାଳିକାଙ୍କୁ ଗୁଳି ମଧ୍ୟ ବାଜିଛି କୁହାଯାଉଛି ସେ ନିଜ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ତାଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ପରେ ତାଙ୍କ କୋଲକତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ପୋଲିସ ଉପରେ ଆକ୍ରମଣ ଏବଂ ଅନ୍ୟାନ୍ୟ ଭଙ୍ଗାରୁଜା ମାମଲାରେ ଏପର୍ଯ୍ୟନ୍ତ ୧୧୮ ଜଣଙ୍କୁ ଗିରଫ କରାଯାଇଛି । ଆଲିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମଧ୍ୟ ଶୁକ୍ରବାର ୱାକଫ ଆଇନ ବିରୋଧରେ ଏକ ରାଲି ବାହାର କରିଥିଲେ ଏବଂ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ରାଲିର ଅଂଶଗ୍ରହଣକାରୀମାନେ ପୋଲିସ ଦ୍ୱାରା ଲଗାଯାଇଥିବା ବ୍ୟାରିକେଡ୍ ପାର କରିବା ପରେ ପାର୍କ ସର୍କସ ଅଞ୍ଚଳରେ 'ସେଭେନ୍ ପଏଣ୍ଟ କ୍ରସିଂ'କୁ କିଛି ସମୟ ପାଇଁ ଅବରୋଧ କରିଥିଲେ।
ଏହି ମାମଲାକୁ ନେଇ ବିଜେପି ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ ସେ ପଶ୍ଚିମବଙ୍ଗତୁ "ଅନ୍ୟ ଏକ ବାଂଲାଦେଶ" କରିବାକୁ ଚାହୁଁଛନ୍ତି। ଏହି ସମୟରେ, ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟ ପୋଲିସ ଏବଂ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି।












Click it and Unblock the Notifications