କାର ଭିତରୁ ମିଳିଲା ୧୫ କିଲୋ ସୁନା, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ
କାର୍ ଭିତରୁ ମିଳିଲା ପୁଳା ପୁଳା ସୁନା। କିଲୋ କି ଦୁଇ କିଲୋ ନୁହେଁ ପାଖାପାଖି ୧୫ କିଲୋଗ୍ରାମ ସୁନା ମିଳିଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ବାନ୍ଧିଛି। ଗୁଜରାଟର ସୁରଟରେ ଗାଡ଼ି ଯାଞ୍ଚ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି।

ଏଠାରେ ପୁଲିସ ଏକ ଚେକ୍ ପୋଷ୍ଟରେ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ ଏକ କାର୍ ଭିତରୁ ୧୫ କେଜି ସୁନା ଜବତ ହୋଇଛି। କପଡା ଭିତରେ ଲୁଚାଇ ଅଭିଯୁକ୍ତମାନେ ଏହି ସୁନାକୁ ନେଇ ଯାଉଥିଲେ। ଏତିକି ବେଳେ ପୁଲିସ ଧରିଛି। ପୁଲିସ ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଗିରଫ କରିଛି।
ପୋଲିସର ପ୍ରାରମ୍ଭିକ ପଚରାଉଚରା ବେଳେ ଗିରଫ ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଏହି ସୁନାକୁ ମହିଧରପୁରରୁ ଉମ୍ବେଲର ଏକ କାରଖାନାକୁ ନେଉଯାଉଥିଲେ। ତେବେ ଏହା କାହାର ସୁନା ଏବଂ କାହିଁକି ଉକ୍ତ କାରଖାନାକୁ ନିଆଯାଉଥିଲା ସେ ନେଇ ପୁଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଛି।
ମାମଲାର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ପାଟ୍ରୋଲିଂ ବେଳେ କିଛି ଲୋକ ସେଲେରିଆ କାରରେ ବିପୁଳ ପରିମାଣର ସୁନା ନେଇ ଯାଉଥିବା ନେଇ ସାସୋରି ପୁଲିସ ଷ୍ଟେସନର ଟିମ୍କୁ ଗୁପ୍ତ ସୂଚନା ମିଳିଥିଲା।
ଏହି ସୂଚନା ଆଧାରାରେ ପୁଲିସ ଚେକିଂ କଡାକଡ଼ି କରିଥିଲା। ସିମଡା ଚେକ୍ ପୋଷ୍ଟକୁ ଅବରୋଧ କରି ଯାନ ଯାଞ୍ଚ ଆରମ୍ଭ ହୋଇଥିଲା। ଚେକିଂ ବେଳେ ପୁଲିସ ଟିମ୍ ଏହି ସୁନା ଜବତ କରିଛି। ପୁଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ଏହା କାହାର ସୁନା ଥିଲା ତଦନ୍ତ ଶେଷ ହେବା ପରେ ହିଁ ଜଣାପଡ଼ିବ ବୋଲି ପୁଲିସ କହିଛି।












Click it and Unblock the Notifications