ଗୁଜୁରାଟରେ ପ୍ରବଳ ବର୍ଷା: ୧୫ ଜଣଙ୍କ ମୃତ୍ୟୁ
Gujrat News: ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ସେହିପରି ଏପର୍ଯ୍ୟନ୍ତ ବର୍ଷାରେ ଯୋଗୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ଅଧିକାଂଶ ଓଭରଫ୍ଲୋ ହେବା ସହ ବିପଦ ସଙ୍କେତ ଉପରେ ରହିଛି ।
ସେହିପରି ଜାମନଗରରୁ ଜୁନାଗଡ଼, ଭଦୋଦରା ଠାରୁ ବନାସକାଣ୍ଠା ଏବଂ ଆରାବଳି ଠାରୁ ଅହମ୍ମଦାବାଦରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । । ସହରରେ ଅନେକ ସ୍ଥାନରେ ଘରେ ପାଣି ପଶିଯିବା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାର୍କିଂ ହୋଇଥିବା ବାଇକ୍ ଓ କାର୍ ଭାସି ଯାଉଥିବାର ଦେଖିବା ପାଇଁ ମିଳିଛି ।

ସୂଚନା ଅନୁସାରେ, ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁ ଗତ ତିନି ଦିନ ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ମୋରବିରେ ଜଣ ବ୍ୟକ୍ତି, ଗାନ୍ଧିନଗରରେ ୨ ଜଣ, ଆନନ୍ଦରେ ୬, ମହିସାଗରରେ ୨, ଭଦୋଦାରେ, ଖେଡା, ଭରୁଚରେ ଓ ଅହମ୍ମଦାବାଦରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ତିନି ଦିନ ମଧ୍ୟରେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏନ୍ଡିଆର୍ଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।












Click it and Unblock the Notifications