ମହାକୁମ୍ଭରେ ଏକାଥରକେ ୧୫ ହଜାର ସଫେଇ କର୍ମୀ ସଫା କରି ସୃଷ୍ଟି କଲେ ରେକର୍ଡ଼
ପ୍ରୟାଗରାଜ ଯାଇ ପବିତ୍ର ତ୍ରିବେଣୀ ସଙ୍ଗମରେ ଅନେକ ଭକ୍ତ ଏବେ ସୁଦ୍ଧା ବୁଡ଼ ପକାଇ ସାରିଲେଣି। ପ୍ରୟାଗରାଜକୁ ଯାଉଥିବା ସମସ୍ତ ପ୍ରମୁଖ ରାଜପଥ ଏବଂ ରାସ୍ତାରେ ମୋଟରସାଇକେଲରେ ପୁଲିସର ୪୦ଟି ଦଳ ମୁତୟନ କରାଯାଇଛି। ସୁଗମ ଏବଂ ସୁରକ୍ଷିତ ଟ୍ରାଫିକ ପ୍ରବାହ ପାଇଁ, ବିଭାଜନ ବି ସୃଷ୍ଟି କରାଯାଇଛି।
ଏସବୁ ଭିତରେ ଏକାଥରେ ପ୍ରୟାଗରାଜ ମହାକୁମ୍ଭରେସଫେଇ କଲେ ୧୫ ହଜାର କର୍ମଚାରୀ । ପ୍ରୟାଗରାଜର ୪ଟି ଜୋନରେ ଏକାଥରେ ସଫେଇ କାମ କରି ଏହି ୧୫ ହଜାର ସଫେଇ କର୍ମୀ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଛନ୍ତି । ଲଣ୍ଡନରୁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡର ଏକ ଆସି ପ୍ରୟାଗରାଜରେ ପହଞ୍ଚିଲେ ଏବଂ ସୋମବାର ଏହି ନିଆରା କାର୍ଯ୍ୟକ୍ରମ କରାଯାଇଥିଲା ।
ଯେଉଁଥିରେ ପ୍ରତି କର୍ମଚାରୀଙ୍କ ହାତରେ କ୍ୟୁଆର କୋର୍ଡ ଥିବା ଏକ ସ୍ବତନ୍ତ୍ର ବ୍ୟାଣ୍ଡ ରହିଥିଲା । ଯାହା ଜରିଆରେ କର୍ମଚାରୀଙ୍କ ଗଣନା କରାଯାଉଥିଲେ । ତେବେ ୩ ଦିନ ପରେ କେତେ କର୍ମଚାରୀ ସାମିଲ ହୋଇଥିଲେ ତାର ଫାଇନାଲ ରିପୋର୍ଟ ଆସିବ । ସେପଟେ ୨୦୧୯ କୁମ୍ଭମେଳାରେ ମଧ୍ୟ ୧୦ ହଜାର ସଫେଇ କର୍ମଚାରୀଙ୍କୁ ନେଇ ଏମିତି ଏକ ନିଆରା କାର୍ଯ୍ୟକ୍ରମ ହୋଇଥିଲା ।

ତେବେ ମହାକୁମ୍ଭରେ ସ୍ବଚ୍ଛତା ଏବଂ ପରିଚ୍ଛନ୍ନତାକୁ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ଜାନୁୟାରୀ ୧୩ ତାରିଖରୁ ମହାକୁମ୍ଭ ସରିବା ଯାଏଁ ଏମାନେ ହିଁ ରାତି ଦିନ ପ୍ରୟାଗରାଜର ରାସ୍ତାଘାଟ, ସଙ୍ଗମ ସ୍ଥଳକୁ ସଫା ରଖୁଛନ୍ତି ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଯାଇଛି ।












Click it and Unblock the Notifications