ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୪୫ MOU:ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର : ବୁଧବାର ଉତ୍କର୍ଷ ଓଡ଼ିଶାର ଦ୍ୱିତୀୟ ତଥା ଶେଷ ଦିନ। ଏହି ଦୁଇଦିନବ୍ୟାପି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଦୁଇ ଦିନରେ ବିଭିନ୍ନ କମ୍ପାନୀ ମାନଙ୍କ ସହିତ ସରକାର ୧୪୫ ଟି ବୁଝାମଣା ପତ୍ର(MOU) ସ୍ଵାକ୍ଷର କରିଛନ୍ତି।
ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ୪.୩୩ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ବିଶ୍ବର ଅଗ୍ରଣୀ ଶିଳ୍ପପତିଙ୍କ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି।

ମଙ୍ଗଳବାର ଭୁବନେଶ୍ଵର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍-୨୦୨୫ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି ଓଡ଼ିଶାକୁ ଜାନୁଆରୀରେ ମୋର ଦ୍ଵିତୀୟ ଓଡ଼ିଶା ଗସ୍ତ ବୋଲି କହିଥିଲେ। ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଶୁଭେଚ୍ଛା ଜଣାଇ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ତେବେ ପ୍ରଥମ ଦିନରେ ସାଢେ ୪ଲକ୍ଷ କୋଟି ଟଙ୍କାର ନିବେଶ ମିଳିଥିଲା ।












Click it and Unblock the Notifications