Get Updates
Get notified of breaking news, exclusive insights, and must-see stories!

'ବାଂଲାଦେଶ ସ୍ଥିତି ଚିନ୍ତାଜନକ, ଅଳ୍ପସଂଖ୍ୟକଙ୍କ ସୁରକ୍ଷା ପ୍ରତି ୧୪୦ କୋଟି ଭାରତୀୟ ଚିନ୍ତିତ'

ନୂଆଦିଲ୍ଲୀ: ଦେଶ ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲ୍‌କିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶରେ ପରିଣତ ହେବ ବୋଲି ସେ ପ୍ରକାଶ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀମାନେ ଅନେକ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କରିଛନ୍ତି ।

ଏବେ ୧୪୦ କୋଟି ଜନତା ଦେଶକୁ ବିକଶିତ କରିପାରିବେ ବୋଲି ସେ କହିଛନ୍ତି । ଦେଶବାସୀ ଉନ୍ନତି ଏବଂ ପ୍ରଗତିର ସଙ୍କଳ୍ପ ନେଇ ଆଗକୁ ବଢିପାରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "୧୪୦ କୋଟି ଭାରତୀୟ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତିତ ଅଛନ୍ତି।"

pm modi

ଭାରତ ସର୍ବଦା ବାଂଲାଦେଶର ପ୍ରଗତିର ଶୁଭାକାଂକ୍ଷି ରହିବ। ସେଠାକାର ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହୋଇଯିବ ବୋଲି ଆମେ ଆଶା କରୁଛୁ। ଭାରତୀୟମାନେ ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟ ସୁରକ୍ଷିତ ଏବଂ ନିଶ୍ଚିନ୍ତ ରୁହନ୍ତୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+