CAA ଅଧୀନରେ ପ୍ରଥମ ଥର ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ
CAA ନିୟମ: CAA ଅଧୀନରେ ପ୍ରଥମ ଥର ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ । ବୁଧବାର ଅର୍ଥାତ୍ ମେ ୧୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ୧୪ ଜଣଙ୍କୁ ଭାରତୀୟ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିବା ସହ ଆବେଦନକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହାସହ CAA ସହ ଜଡିତ ପ୍ରମୁଖ ସୂଚନ ବିଷୟରେ ଅବଗତ କରାଇଥିଲେ । ତେବେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ନିର୍ଯାତିତ ହୋଇ ଭାରତରେ ଆସି ଶରଣାର୍ଥୀ ଭାବେ ଜୀବନ ଅତିବାହିତ କରୁଥିବା ଅଣ- ମୁଲଲିମଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି ।

୧୧ ଡିସେମ୍ବର ୨୦୧୯ରେ ସିଏଏ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଥିଲା । ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଏହା ଏକ ଆଇନର ମାନ୍ୟତା ପାଇଥିଲା । ଏହି ଆଇନ ପ୍ରଣୟନ ହେବା ପରେ ସାରା ଦେଶରେ CAA ବିରୋଧରେ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ କରାଯାଇଥିଲା। ହେଲେ ୧୧ ମାର୍ଚ୍ଚ ୨୦୨୪ରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ।
CAA ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନା ସହି ନ ପାରି ଭାରତରେ ଆସି ଶରଣାର୍ଥୀ ଜୀବନ କାଟୁଥିବା ଅଣ-ମୁସଲିମଙ୍କୁ ତତ୍କାଳ ବା ଫାଷ୍ଟଟ୍ରାକ ନିୟମ ଆଧାରରେ ଭାରତୀୟ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ ।












Click it and Unblock the Notifications