Get Updates
Get notified of breaking news, exclusive insights, and must-see stories!

ମାନବ ବୋମା ବିସ୍ଫୋରଣ ଧମକ, ମୁମ୍ବାଇ ହାଇ ଆଲର୍ଟରେ

ମୁମ୍ବାଇ ପୁଲିସ୍ କୁ ଧମକପୂର୍ଣ୍ଣ ମେସେଜ୍ । ଆତଙ୍କବାଦୀ ସଂଗଠନ 'ଲସ୍କର-ଇ-ଜିହାଦି' ଧମକପୂର୍ଣ୍ଣ ମେସେଜ୍ ପଠାଇଛି । ୩୪ଟି ଗାଡିରେ ୪୦୦ କେଜିର ବିସ୍ଫୋରକ ଖଞ୍ଜାଯାଇଥିବା ଧମକ ଦିଆଯାଇଛି । ମୁମ୍ବାଇର ଟ୍ରାଫିକ୍ ପୁଲିସ୍ କୁ ଅଫିସିଆଲ ହ୍ବାଟସଆପ୍ ନମ୍ବରରେ ଏହି ଧମକପୂର୍ଣ୍ଣ ମେସେଜ୍ ମିଳିଛି । 'ଲସ୍କର-ଇ-ଜିହାଦି'ର ଧମକ ପରେ ସମଗ୍ର ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ହ୍ୟୁମାନ୍ ବମ୍ ବା ମାନବିକ ବୋମା ଖଞ୍ଜାଯାଇଛି। ଏହା ପୂରା ମୁମ୍ବାଇକୁ ଦୋହଲାଇ ଦେବ ବୋଲି ହ୍ବାଟସଆପ୍‌ରେ ମେସେଜ୍ ଆସିଛି ।

୨୬ /୧୧ ମୁମ୍ବାଇ ଆକ୍ରମଣ ଘଟଣା ମନରୁ ନଲିଭୁଣୁ ପୁଣି ଆତଙ୍କବାଦୀଙ୍କ ଧମକ ଆସିଛି । ହ୍ୱାଟସଆପରେ ଆକ୍ରମଣ କରିବା ପାଇଁ ଧମକ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ପୋଲିସ ପ୍ରଶାସନ ସତର୍କ ହୋଇଯାଇଛି । ୩୪ଟି ଗାଡିରେ ଆତଙ୍କବାଦୀ ବୋମା ରଖିଥିବା କୁହାଯାଇଛି । ଏହା ସହ ସେମାନେ ୪ଶହ କିଲୋ ଆରଡିଏକ୍ସ ଗାଡିରେ ରଖିଛନ୍ତି । ମୁମ୍ବାଇ ପୋଲିସ ହ୍ୱାଟସଆପରେ ଏହି ମ୍ୟାସେଜ ଆସିଛି । ଲସ୍କର ଏ ଜିହାଦୀ ନାଁରେ ଧମକ ଆସିଥିବାରୁ ସମସ୍ତେ ତତ୍ପର ହୋଇଛନ୍ତି ।

Mumbai Police

ବିଶେଷ କରି ମୁମ୍ବାଇରେ ଚାଲିଥିବା ଗଣେଶ ପୂଜା ଭସାଣୀ ବେଳେ ହମଲା ହେବ ବୋଲି ମ୍ୟାସେଜରେ ଉଲ୍ଲେଖ ରହିଛି । ତେବେ ଆତଙ୍କବାଦୀ କେଉଁ ଗାଡିରେ ଆରଡିଏକ୍ସ ରଖିଛନ୍ତି ଆଉ ଏମାନେ କେଉଁଠି ଲୁଚି ରହିଛନ୍ତି ସେ ବାବଦରେ କିଛି ସୂଚନା ମିଳିନି । ପୂର୍ବରୁ ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ଅନେକ ନିରହ ଲୋକଙ୍କ ଜୀବନ ଯାଇଥିଲା । ୧୦ ଜଣ ଆତଙ୍କବାଦୀ ଏକାବେଳେ ୪ ରୁ ୫ଟି ସ୍ଥାନରେ ଆକ୍ରମଣ କରିଥିଲେ । ରେଲୱେ ଷ୍ଟେସନ, ନରିମନ ହାଉସ, ଲିଓପାଡ କାଫେ ଆଦି ସ୍ଥାନରେ ଅଚାନକ ଗୁଲିବର୍ଷା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+