For Quick Alerts
Turn On Notification  
For Daily Alerts
Oneindia App Download

ଫୁଟପାଥରେ ଚଢିଗଲା ଟ୍ରକ୍ : 14 ଜଣଙ୍କର ପ୍ରାଣହାନୀ

ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଲମ୍ବିତ ରାତିରେ ଫୁଟପାଥ ଉପରେ ଏକ ଟ୍ରକ୍ ଚଢିଯିବାରୁ ସେଠାରେ ଶୋଇଥିବା ୧୪ଜଣ ଶ୍ରମିକଙ୍କ ମୃତ୍ୟୁ ହେଇଛି ।

|

ସୁରଟ : ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଲମ୍ବିତ ରାତିରେ ଫୁଟପାଥ ଉପରେ ଏକ ଟ୍ରକ୍ ଚଢିଯିବାରୁ ସେଠାରେ ଶୋଇଥିବା ୧୪ଜଣ ଶ୍ରମିକଙ୍କ ମୃତ୍ୟୁ ହେଇଛି । ସୁରଟର ପଲୋଡ଼ ଗ୍ରାମ ନିକଟ କିମ୍‌ ମାଣ୍ଡବୀ ରୋଡ଼ ଫୁଟପାଥରେ ସୋମବାର ବିଳମ୍ବିତ ରାତିରେ ଶୋଇଥିଲେ ୧୮ ଜଣ ଶ୍ରମିକ । ଏକ ଟ୍ରକ ଦ୍ରୁତ ଗତିରେ ଆସି ଏହି ଶ୍ରମିକଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ 13 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ପରେ ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଦୁଃଖର ବିଷୟ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣା ପଡ଼ିଛି । ଘଟଣାରେ ଅନ୍ୟ କେତେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

truck-accident-gujrat

ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଘନ କୁହୁଡ଼ି ଯୋଗୁଁ ଟ୍ରକ୍‌ଟି ଓଭରଟେକ୍‌ କରିବାକୁ ଯାଇ ଏକ ଆଖୁ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଫୁଟପାଥ୍‌ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା ।
ମୃତାହତ ଶ୍ରମିକମାନେ ରାଜସ୍ଥାନର ବାସଓ୍ୱାଡା ଜିଲ୍ଲାର କୁଶଲଗଡ଼ର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଗୁଜରାଟର ସୁରଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଲମ୍ବିତ ରାତିରେ ଫୁଟପାଥ ଉପରେ ଏକ ଟ୍ରକ୍ ଚଢିଯିବାରୁ ସେଠାରେ ଶୋଇଥିବା ୧୪ଜଣ ଶ୍ରମିକଙ୍କ ମୃତ୍ୟୁ ହେଇଛି ।

ଦୁର୍ଘଟଣାରେ ଡ୍ରାଇଭର ଏବଂ କ୍ଲିନର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସୁରଟ୍‌ ପଠାଇ ଦିଆଯାଇଛି । ପୋଲିସ ସମସ୍ତ ମୃତଦେହର ବ୍ୟବଚ୍ଛେଦ କରିବା ପାଇଁ କୋସମ୍ବା ପଠାଇ ଦେଇଛି ।

ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 14 daily labour killed in a road accident in Surat after a truck ran over on footpath.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X