ପିକନିକ୍ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍: ୧୪ ମୃତ
Assam Accident News: ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ । ଏନଏଚରେ ପିକନିକ୍ ଯାଉଥୁବା ମିନି ବସକୁ ଧକ୍କା ଦେଲା ଟ୍ରକ୍ । ଯାହା ପରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜୋରହାଟ ଜିଲ୍ଲା ଦେରଗାଓଁ ନିକଟରେ ମର୍ମୁନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ବସରେ ମୋଟ୍ ୪୫ ଜଣ ଲୋକ ପିକନିକ୍ କରିବା ଯାଉଥିବା ବେଳେ ସକାଳ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଗୋଲାଘାଟ ଜିଲ୍ଲା ଦେରଗାଁଓ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ସହ ଧକ୍କା ହେବା ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି
। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର ଆରମ୍ଭ କରିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।












Click it and Unblock the Notifications