MP Accident: ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଗଲା ୧୪ ଜୀବନ, ୨୧ ଆହତ

ମଧ୍ୟପ୍ରଦେଶ ଦୁର୍ଘଟଣା: ମଧ୍ୟପ୍ରଦେଶର ଡିଣ୍ଡୋରିରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ସୂଚନାନୁସାରେ, ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ କେତେକଙ୍କ ଅବସ୍ଥା ଗୁରୁତର ରହିଛି ।

ଦୁର୍ଘଟଣା ପରେ ଚିତ୍କାର

ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଚିତ୍କାର ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣା ଶାହାପୁରା ପୋଲିସ ଷ୍ଟେସନ ଏବଂ ବିଚିଆ ପୋଲିସ ପୋଷ୍ଟ ଅଞ୍ଚଳରେ ଥିବା ବାଦଝାର ଘାଟିରେ ଘଟିଥିଲା। କୁହାଯାଉଛି ଯେ ପିକଅପ୍ ଗାଡିଟି ଓଲଟି ପଡିଛି ଯେଉଁଥିପାଇଁ ୧୪ ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।

mp_accident

ସମସ୍ତେ ପିକ୍‌ଅପ୍‌ ଭ୍ୟାନ୍‌ରେ ଏକ ଶାଦଖିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଗାଡ଼ିଟି ଦ୍ରୁତ ଗତିରେ ଥିଲା, ଆଉ ଡ୍ରାଇଭର ତାହା ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ରାସ୍ତା ଉପରେ ହିଁ ଓଲଟି ଯାଇଥିଲା ।

ପିକଅପ୍‌ ତଳୁ ସମସ୍ତଙ୍କୁ ବାହାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଆଉ ୨୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଶବ ଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଯାଇଛି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ ମୃତକ ତଥା ଗୁରୁତରଙ୍କ ପରିଚୟ ଖବର ଲେଖିବା ଯାଏଁ ମିଳି ପାରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+