ଗୁଜରାଟ ଭଡ଼ୋଦରାରେ ହରନି ହ୍ରଦରେ ଡଙ୍ଗା ଓଲଟି ୧୪ ମୃତ
ଭଡ଼ୋଦରା: ଗୁଜରାଟ ଭଡ଼ୋଦରାରେ ହରନି ହ୍ରଦରେ ଡଙ୍ଗା ଓଲଟି ୧୪ ମୃତ । ମୃତକଙ୍କ ମଧ୍ୟରେ ୧୨ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ ଥିବା ସୂଚନା ମିଳିଛି । ୬ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଶିକ୍ଷକ ନିଖୋଜ, ତଲାସ ଜାରି । ଛାତ୍ରଛାତ୍ରୀମାନେ ପିକ୍ନିକ୍ ଯାଇଥିବା ବେଳେ ଡଙ୍ଗା ଓଲଟି ଥିଲା ।
ଗୁଜରାଟର ଭଦୋଦରାରେ ଏକ ବଡ ଦୁର୍ଘଟଣା ହୋଇଛି । ଛାତ୍ରମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ହରଣି ନଦୀରେ ଓଲଟି ଯାଇଥିବା ସୂଚନା ମିଳିଛି । ଏଥିରେ ୨୩ ଜଣ ଛାତ୍ର ଓ ୪ ଜଣ ଶିକ୍ଷକ ଥିଲେ । ଏବେ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ ।

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରାଜ୍ୟ ମନ୍ତ୍ରୀ କୁବେର ଡିଂଡୋରା ୬ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୁରୁତର ଆହତ ହୋଇଥିବା ୯ରୁ ୧୦ ଜଣ ଛାତ୍ରଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ୧୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । କେତେଜଣ ଛାତ୍ର ଓ ଶିକ୍ଷକ ନିଖୋଜ ଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ ।












Click it and Unblock the Notifications