ଓଡ଼ିଶାର SEBC ତାଲିକାରେ ଥିବା ୧୪ଟି ଜାତିକୁ OBC କରାଯାଉ:ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ ଏବଂ କଳିଙ୍ଗୀ ଶୂଦ୍ର ଖଣ୍ଡାୟତଙ୍କ ସହ ମୋଟ୍ ୧୪ଟି ଜାତିକୁ ଓବିସି ତାଲିକାରେ ସାମିଲ କରାଯିବା ନେଇ ଯୋଜନା । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ପଛୁଆ ବର୍ଗ ଆଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ୍ ଅହିରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପ୍ରଧାନଙ୍କ ଅନୁଯାୟୀ, ରାଜ୍ୟ SEBC ତାଲିକାରେ ଥିବା ଅନେକ ଜାତି କେନ୍ଦ୍ରୀୟ OBC ତାଲିକାରେ ନଥିବାରୁ ଏହି ସମ୍ପ୍ରଦାୟର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ସଂରକ୍ଷଣର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି।

ସେ କହିଛନ୍ତି ଯେ ଏହି ବର୍ଗକୁ କେନ୍ଦ୍ରୀୟ OBC ତାଲିକାରେ ସାମିଲ କରାଗଲେ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଘଟିବ ଏବଂ ଏହା ସାମାଜିକ ନ୍ୟାୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଓଡ଼ିଶାରେ SEBC ବର୍ଗ ପାଇଁ ରାଜ୍ୟ ସରକାରୀ ଚାକିରି ଏବଂ ଉଚ୍ଚଶିକ୍ଷାରେ ୧୧.୨୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି। ଅପରପକ୍ଷରେ, କେନ୍ଦ୍ର ସରକାରଙ୍କ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ OBC ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।












Click it and Unblock the Notifications