୨୪ ଘଣ୍ଟାରେ ୧୩୭ ମାଓବାଦୀ କଲେ ଆତ୍ମସମର୍ପଣ

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକର ପରାମର୍ଶ କ୍ରମେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଯବାନମାନେ ଦିନରାତି ନିଜର ଅଭିଯାନରେ ଲାଗିପଡ଼ିଛନ୍ତି। ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ସରକାର ଭଲରାସ୍ତାରେ ବଢ଼ିବା ପାଇଁ ସାମାଜିକ ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଦେଶକୁ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୭ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

naxaal

ମାଓ ଦମନ ଅଭିଯାନରେ ମହାରାଷ୍ଟ୍ର ଓ ଛତିଶଗଡ଼ ପୁଲିସକୁ ବଡ଼ଧରଣର ସଫଳତା ମିଳିଛି। ଛତିଶଗଡ଼ରେ ମାଓ ଦମନ ଅଭିଯାନ ଜୋର୍‌ଦାର ହେବା ପରେ ପୁଲିସ ମହାରାଷ୍ଟ୍ର, ‌ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତରେ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍‌କୁ ତ୍ବରାନ୍ବିତ କରିଛି। ଟାର୍ଗେଟ୍‌ରେ ଟପ୍‌ କ୍ୟାଡର୍‌ ନକ୍ସଲ ଥିବାରୁ ଏନ୍‌କାଉଣ୍ଟର୍‌ ଭୟରେ ମୁଖ୍ୟସ୍ରୋତକୁ ଜଣେ ପରେ ଜଣେ କ୍ୟାଡର୍‌ ଫେରୁଛନ୍ତି। ମଙ୍ଗଳବାର କେନ୍ଦ୍ରୀୟ କମିଟି ସଦସ୍ୟ ସୋନୁ ଓରଫ୍‌ ବେଣୁଗୋପାଲ ନିଜର ୬୦ ସହକର୍ମୀଙ୍କ ସହ ମହାରାଷ୍ଟ୍ରର ଗଡ଼ଚିରୋଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ଆତ୍ମସମର୍ପଣ କରିବା ପୁଲିସ୍‌ ପାଇଁ ବଡ଼ ସଫଳତା ହୋଇଥିବା ବେଳେ ମାଓ ସଙ୍ଗଠନକୁ ଲାଗିଛି ବଡ଼ ଝଟକା।

ଆଜି ଛତିଶଗଡ଼ର କାଂକେର ଜିଲ୍ଲା ପୁଲିସ ନିକଟରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଲ୍‌ଏମ୍‌ଜି, ଏକେ ୪୬, ଇନ୍‌ସାସ୍‌ ସମେତ ସେମାନେ ଆତ୍ମସମର୍ପଣ କରିଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି ଓ କାଂକେର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୨ ଏସଜେଡସି ମେମ୍ବର ରାଜମନ ଏବଂ ରାଜୁସଲାମଙ୍କ ଆତ୍ମସମର୍ପଣ କରିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ୨୪ ଘଣ୍ଟା ମଧ୍ୟରେ ୧୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଗଡଚିରୋଲିରେ ୬୦, ସୁକୁମାରେ ୨୭ ଏବଂ କାଙ୍କେର ଠାରେ ୫୦ ଜଣ ସାମିଲ ଅଛନ୍ତି। ଗଡ଼ଚିରୋଲିରେ ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୧୦ ମହିଳା ସାମିଲ ଅଛନ୍ତି। ସମସ୍ତଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+