ଦ୍ରୌପଦୀ ମୁର୍ମୁ ଉପରେ ପୁସ୍ତକ ଲେଖିଲେ ଭବିକା

13 ବର୍ଷୀୟ ନାବାଳିକା ଲେଖିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଏକ ପ୍ରମୋସନାଲ ପୁସ୍ତକ। ଭବିକା ମହେଶ୍ୱରୀ ନାମକ ଏହି ନାବାଳିକା ଜଣଙ୍କ ଗୁଜରାଟର ।

ଗୁଜୁରାଟ: 13 ବର୍ଷୀୟ ନାବାଳିକା ଲେଖିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଏକ ପ୍ରମୋସନାଲ ପୁସ୍ତକ। ଭବିକା ମହେଶ୍ୱରୀ ନାମକ ଏହି ନାବାଳିକା ଜଣଙ୍କ ଗୁଜରାଟର । ସେ ଏହି ବହିଟି ଲେଖି ଟ୍ୱିଟରରେ ଅପଲୋଡ୍ କରିଛନ୍ତି। ଏହି ପୋଷ୍ଟ ଟି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟ୍ୟାଗ୍ କରିଛନ୍ତି। ସୁରଟରୁ ଆସିଥିବା ଏହି ନାବାଳିକା ସୋନିଆ ଏବଂ ମମତାଙ୍କୁ ସୋମବାର ରାଷ୍ଟ୍ରପତି ନିର୍ବାଚନରେ ​​ଦ୍ରୌପଦୀ ମୁର୍ମୁଙ୍କୁ ସହାୟତା କରିବାକୁ ନିବେଦନ କରିଛନ୍ତି। ପୁସ୍ତକଟିର ନାମ'ସଂଘର୍ଷ ସେ ଶିଖର ତକ୍' ।

surat girl

ଭବିକା କହିଛନ୍ତି ଯେ ସେ ନିକଟରେ ଦିଲ୍ଲୀର ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ ଏବଂ ତାଙ୍କ ପିତା ତାଙ୍କୁ ଦ୍ରୌପଦୀଙ୍କ ବିଷୟରେ କହିଥିଲେ। ନିର୍ବାଚିତ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଭାରତର ପ୍ରଥମ ରାଷ୍ଟ୍ରପତି ହେବେ।

ସେ ଇଣ୍ଟରନେଟରେ ମୁର୍ମୁ ଉପରେ ଜାଣିବା ଆରମ୍ଭ କରିଥିଲେ। କିନ୍ତୁ ବିଶେଷ ତଥ୍ୟ ମିଳିନଥିଲା। ତେଣୁ ସେ ମୁର୍ମୁ ଉପରେ ଏକ ପୁସ୍ତକ ଲେଖିବାର ସଂକଳ୍ପ ନେଇଥିଲେ । ଏହି ପୁସ୍ତକ ଦ୍ୱାରା ଲୋକମାନେ ତାଙ୍କ ବିଷୟରେ ଜାଣିବା ପାଇଁ ଏହା ଏକ ଉତ୍ତମ ଉତ୍ସ ହୋଇପାରେ।

ଏକ ଗରିବ ପରିବାରରେ ଜନ୍ମ ହୋଇ ଏବଂ ରାଷ୍ଟ୍ରପତି ପ୍ରାର୍ଥୀ ହେବା ହେଉଛି ବିଶ୍ଵର ସର୍ବ ବୃହତ ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଯଦି ମୁର୍ମୁ ସମସ୍ତ ଅସୁବିଧା ବିରୁଦ୍ଧରେ ଲଢିି ରାଷ୍ଟ୍ରପତି ହୁଅନ୍ତି, ତେବେ ଏହା ସାରା ବିଶ୍ୱ କୁ ଏକ ସକରାତ୍ମକ ବାର୍ତ୍ତା ଦେବ। ଏଥିସହ ମହିଳା ସଶକ୍ତିକରଣ ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ଭବିକା। ଭବିକା କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ପରେ ଖୁବ ଶୀଘ୍ର ହିନ୍ଦୀରେ ଥିବା ତାଙ୍କ ଇ-ବୁକ୍ ଛପା ହୋଇ ପ୍ରକାଶିତ ହେବ। ଏହା ଇଂରାଜୀ, ଗୁଜରାଟୀ ଏବଂ ଓଡିଆ ଭାଷାରେ ମଧ୍ୟ ପ୍ରକାଶିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+