ସେନା ହେଲିକପ୍ଟର ଦୁର୍ଘଟଣା ମାମଲା: ୧୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା
ନୂଆଦିଲ୍ଲୀ: ସିଡିଏସ ବିପିନ ରାବତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର ହେଲେକୋପ୍ଟର ଦୁର୍ଘଟଣାର ନୂତନ ତଥ୍ୟ ସାମ୍ନା କୁ ଆସିଛି। ୧୪ ଜଣଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଏହି ସମ୍ବନ୍ଧରେ ସଂବାଦ ଏଜେନ୍ସି ଏଏନଆଇ ପକ୍ଷରୁ ଟୁଇଟ କରି ସୂଚନା ଦିଆ ଯାଇଛି। ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମଏନ ନରବନେ ଦୁର୍ଘଟଣା ସମ୍ବନ୍ଧିତ ବିସ୍ତ୍ରୁତ ତଥ୍ୟ ବୈଦେଶିକ ମନ୍ତ୍ରୀ ରାଜନାଥ ସିଂଙ୍କୁ ଅବଗତ କରିଛନ୍ତି।

ମୃତକଙ୍କ ହେବ ଡିଏନଏ ପରୀକ୍ଷା:
ହେଲେକୋପ୍ଟର ଦୁର୍ଘଟଣାରେ ସମୁଦାୟ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ମୃତ୍ୟୁ ହୋଇଥିବା ସୂତ୍ରରୁ ପ୍ରକାଶ ପାଉଥିବା ବେଳେ ସେମାନଙ୍କ ସଠିକ ଚିହ୍ନଟ ପାଇଁ ଚେଷ୍ଟା ଜାରି ରହିଛି। ମୃତକଙ୍କ ପରିଚୟ ପାଇଁ ଡିଏନଏ ପରୀକ୍ଷା କରାଯିବ ବୋଲି ସୂଚନା ମିଳୁଛି। ସୂଚନା ଯୋଗ୍ୟ ଯେ, ବରିଷ୍ଠ ସେନା ପ୍ରତିରକ୍ଷା ଅଧିକାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ବୁଧବାର ତାମିଲନାଡୁର ନୀଳଗିରୀ ଜିଲ୍ଲାର କୁନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରରେ ମୁଖ୍ୟ ପ୍ରତିରକ୍ଷା ଅଧିକାରୀ (ସିଡିଏସ୍) ଜେନେରାଲ୍ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରରେ ସିଡିଏସ୍ ବିପିନ ରାୱତର କର୍ମଚାରୀ ଏବଂ ପରିବାରର କିଛି ସଦସ୍ୟ ଥିଲେ । ତିନି ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନେ ଗୁରୁତର ଆହତ ହୋଇଛନ୍ତି । ଆହତ ଅଧିକାରୀମାନଙ୍କୁ ଚିକିତ୍ସା ପାଇଁ ନିଲଗିରୀ ଜିଲ୍ଲାର ୱେଲିଙ୍ଗଟନ୍ କ୍ୟାଣ୍ଟନମେଣ୍ଟକୁ ନିଆଯାଇଛି । ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
13 of the 14 personnel involved in the military chopper crash in Tamil Nadu have been confirmed dead. Identities of the bodies to be confirmed through DNA testing: Sources
— ANI (@ANI) December 8, 2021












Click it and Unblock the Notifications