୧୩ ଏମ୍‌ଓୟୁ ସ୍ବାକ୍ଷରିତ: ଆସିବ ୧,୦୩,୦୯୦ କୋଟି, ପେଟ୍ରୋଲିୟମ୍‌ କ୍ଷେତ୍ରରେ ୩ଟି ରାଜିନାମା

ନୂଆଦିଲ୍ଲୀରେ ଆୟୋଜିତ ନିବେଶକ ସମ୍ମିଳନୀ ମାଧ୍ୟମରେ ରାଜ୍ୟକୁ ୧,୦୩,୦୯୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ୯୫,୯୧୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ୯୮,୮୮୦ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୧୩ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। କେବଳ ଏମ୍‌ଓୟୁ ହୋଇଥିବା ପ୍ରକଳ୍ପ ଜରିଆରେ ୬୭ ହଜାର ନିଯୁକ୍ତି ସୃଷ୍ଟି ହେବ।

ଏହା ବ୍ୟତୀତ ୧୫ଟି ନିବେଶ ପ୍ରସ୍ତାବ ମଧ୍ୟ ଆସିଛି। କାର୍ଯ୍ୟକ୍ରମରେ ପାରାଦୀପରେ ୫୮,୦୪୨ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ଡୁଆଲ୍‌-ଫିଡ୍‌ ନାପ୍‌ଥା କ୍ରାକର ୟୁନିଟ୍‌ ପାଇଁ ରାଜ୍ୟ ସରକାର ଓ ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

ଚଣ୍ଡିଖୋଲରେ ଗଚ୍ଛିତ ତୈଳ ଭଣ୍ଡାର ସ୍ଥାପନ କରିବା ପାଇଁ ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭସ୍‌ ଲିମିଟେଡ୍‌ (ଆଇଏସ୍‌ପିଆର୍‌ଏଲ୍‌) ଏବଂ ଗୋପାଳପୁରରେ ଏଲ୍‌ଏନ୍‌ଜି ଟର୍ମିନାଲ୍ ସ୍ଥାପନ କରିବା ପାଇଁ ପେଟ୍ରୋନେଟ୍ ଏଲ୍‌ଏନ୍‌ଜି ସହିତ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଥିଲେ। ଆଇଓସିଏଲ୍‌ ସହ ଚୁକ୍ତିନାମା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏକ ମାଇଲଖୁଣ୍ଟ ବୋଲି ‌ସେ କହିଥିଲେ। ପେଟ୍ରୋକେମିକାଲ୍ସକୁ ନେଇ ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ସେ କହିଥିଲେ ଯେ ଗୁଜରାଟର ଦାହେଜ ବନ୍ଦର ଭଳି ପୂର୍ବ ଭାରତରେ ପାରାଦୀପ ବନ୍ଦର ପେଟ୍ରୋକେମିକାଲ୍‌ସର ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭା ହେବ। ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ରାଜ୍ୟକୁ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିବା ଏବଂ ରାଜ୍ୟର ସବୁ ଜିଲ୍ଲାରେ ଶିଳ୍ପ ସ୍ଥାପନ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋକପାତ କରିଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଗତ ଦଶନ୍ଧିରେ ପେଟ୍ରୋଲିୟମ୍‌ କ୍ଷେତ୍ରରେ ୨ ଲକ୍ଷ ୪ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହୋଇଛି। ଆଜି ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସ୍ବାକ୍ଷରିତ ତିନିଟି ବୁଝାମଣାପତ୍ର ଦ୍ବାରା ଓଡ଼ିଶା ଆଗାମୀ ଦିନରେ ବିଶ୍ବରେ ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ ହେବ।

13 MoUs signed 1 03 090 crores to come 3 agreements in petroleum sector

ଏଥିପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଏହି ନୂତନ ପୁଞ୍ଜିନିବେଶ ରାଜ୍ୟର ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବ ଏବଂ ଅଧିକରୁ ଅଧିକ ଓଡ଼ିଆ ଯୁବକ ଉଦ୍ୟୋଗୀ ହେବାରେ ସକ୍ଷମ ହେବେ। ଏସବୁ ପଦକ୍ଷେପ ଡବଲ୍‌ ଇଞ୍ଜିନ ସରକାର ଇସ୍ତାହାରର ଏକ ସ୍ପଷ୍ଟ ପ୍ରତିଫଳନ ବୋଲି ସେ କହିଥିଲେ।

‌ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, କେନ୍ଦ୍ର ପେଟ୍ରୋଲିୟମ ସଚିବ ପଙ୍କଜ ସାହାଣୀ, କେନ୍ଦ୍ର ପେଟ୍ରୋକେମିକାଲ୍ସ ସଚିବ ନିବେଦିତା ଶୁକ୍ଳା, ଅତିରିକ୍ତ ସଚିବ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ 'ଫିକି'ର ପୂର୍ବତନ ସଭାପତି ଶୁଭ୍ରକାନ୍ତ ପଣ୍ଡା ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+