ପୁଣି ଭୟଙ୍କର ସଡ଼କ ଦୁର୍ଘଟଣା ୧୩ ମୃତ , ୪ ଆହତ

ଶୁକ୍ରବାର ସକାଳେ କର୍ଣ୍ଣାଟକର ପୁଣେ-ବେଙ୍ଗାଲୁର ରାଜପଥରେ ଏକ ମିନି ବସଟି ଏକ ପାର୍କିଂ ଟ୍ରକକୁ ଧକ୍କା ଦେବା ପରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଘଟଣାରେ ୧୩ ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

accident

ହାଭେରୀ ଜିଲ୍ଲାର ଗୁଣ୍ଡେନାହାଲି କ୍ରସିଂ ନିକଟରେ ସକାଳ ୩.୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା ଏବଂ ମିନି ବସ୍‌ରେ ସମୁଦାୟ ୧୭ ଜଣ ଲୋକ ଯାତ୍ରା କରୁଥିଲେ।

ଶିବାମୋଗା ବାସିନ୍ଦା ପୀଡ଼ିତମାନେ ତୀର୍ଥଯାତ୍ରା ପାଇଁ ବେଲାଗାଭି ଜିଲ୍ଲାକୁ ଯାଇ ଘରକୁ ଫେରୁଥିଲେ। ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି।ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି। ଦୁର୍ଘଟଣାର କାରଣ ଜଣା ପଡି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଅନୁମାନ କରାଯାଉଛି ଯେ ମିନି ବସ୍‌ର ଡ୍ରାଇଭର୍‌ ଶୋଇପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+