ଜେଲରୁ ୧୨୫ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜେଲ୍ରେ ୧୨୫ ଜଣ କଏଦୀଙ୍କୁ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡିଛି । ତିହାର ଜେଲ୍ରେ ତିନୋଟି ଭିନ୍ନ ଜେଲ୍ ତିହାର, ରୋହିଣୀ, ଏବଂ ମାଣ୍ଡୋଲି ରହିଛି । ସଂକ୍ରମିତ କଏଦୀମାନେ କେବଳ ଏହି ଜେଲ୍?ରେ ଚିହ୍ନଟ ହୋଇଛନ୍ତି । ଏହି ବନ୍ଦୀମାନେ ପୂର୍ବରୁ ଏଡସ୍ରେ ପୀଡିତ ଥିବା କୁହାଯାଉଛି। ଏହା ବ୍ୟତୀତ ୨୦୦ କଏଦୀଙ୍କ ମଧ୍ୟରେ ସିଫିଲିସ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି। ଯାହା ଜେଲ୍ ପ୍ରଶାସନରେ ଚିନ୍ତା ବଢ଼ାଇଛି।
ସୂଚନା ଅନୁଯାୟୀ, ତିହାର ଜେଲ୍ରେ ପ୍ରାୟ ୧୦,୫୦୦ କଏଦୀଙ୍କ ଡାକ୍ତରୀ ସ୍କ୍ରିନିଂ କରାଯାଇଥିବାବେଳେ ମୋଟ କଏଦୀଙ୍କ ସଂଖ୍ୟା ପ୍ରାୟ ୧୪,୦୦୦ ଅଟେ। ଜେଲ୍ରେ ସମୟ ସମୟରେ ଏଭଳି ମେଡିକାଲ ସ୍କ୍ରିନିଂ କରାଯାଇଥାଏ। ତିହାର ଜେଲ୍ର ନୂତନ ଡିଜି ସତୀଶ ଗୋଲଚା ଦାୟିତ୍ବ ଗ୍ରହଣ କରିବା ପରେ ମେ' ଏବଂ ଜୁନ୍ ମାସରେ ୧୦,୫୦୦ କଏଦୀଙ୍କ ଡାକ୍ତରୀ ଯାଞ୍ଚ କରାଯାଇଥିଲା।

ତିହାର ଜେଲରେ କଏଦୀମାନଙ୍କ ମେଡିକାଲ ସ୍କ୍ରିନିଂ ମଝିରେ ମଝିରେ କରାଯାଇଥାଏ। ତିହାର ଜେଲର ନୂତନ ଡିଜି ସତୀଶ ଗୋଲଚା ଦାୟିତ୍ବ ଗ୍ରହଣ କରିବା ପରେ ମେ ଏବଂ ଜୁନ୍ ମାସରେ ୧୦,୫୦୦ କଏଦୀ ମାନଙ୍କ ମେଡିକାଲ ଚେକଅପ କରାଯାଇଥିଲା।ସେଥିମଧ୍ୟରୁ ୧୨୫ଜଣ କଏଦୀ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଏହି ବନ୍ଦୀମାନେ ନିକଟରେ ସଂକ୍ରମିତ ହୋଇନାହାନ୍ତି। ବାସ୍ତବରେ ସେମାନେ ଜେଲ୍କୁ ଆସିବା ପୂର୍ବରୁ ଏଡସ୍ରେ ପୀଡିତ ଥିଲେ।












Click it and Unblock the Notifications