ଉତ୍ତରପ୍ରଦେଶ ହାଥରସରେ ବଡ଼ ସଡ଼କ ଦୁର୍ଘଟଣା: ୧୨ ଜଣଙ୍କ ମୃତ୍ୟୁ, ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
Hathras Accident: ଉତ୍ତରପ୍ରଦେଶ ହାଥରସରେ ବଡ଼ ସଡକ ଦୁର୍ଘଟଣା । ମିନି ଟ୍ରକ ଓ ବସ୍ ଧକ୍କାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୧୬ ଜଣ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଆଗ୍ରା ଆଲୀଗଡ଼ ବାଇପାସରେ ଏହି ଦୁର୍ଘଟଣାରେ ଘଟିଥିବା ନେଇ ସୂଚନା ରହିଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଭୋଜି ଖାଇ ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା ।
ସୂଚନା ଅନୁସାରେ, ଏକ ଭୋଜି ଖାଇବା ପରେ ସେୱାଲ ଗାଁରୁ ଫେରୁଥିବା ବେଳେ ବାଇପାସରେ ଗୋଟିଏ ବସଟି ଉକ୍ତ ଗାଡ଼ିକୁ ଓଭର ଟେକ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମନି ଟ୍ରକଟି ପୁରା ନଷ୍ଟ ହୋଇଯାଇଛି ।

ହାଥରସରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଡିଏମ ଆଶିଷ କୁମାର କହିଛନ୍ତି ଯେ ହାଥରସ ଜିଲ୍ଲାର NH-93 ପୋଲିସ ଷ୍ଟେସନ ଚନ୍ଦାପା ଅଞ୍ଚଳର ମିତଇ ଗାଁ ନିକଟରେ ଏକ ବସ୍ ଏବଂ ଟାଟା ମ୍ୟାଜିକ୍ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମ୍ୟାକ୍ସ କାରରେ ଯାତ୍ରା କରୁଥିବା ଚାରି ପିଲାଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ଏହି ଚାରିଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରୁ ଅଲିଗଡକୁ ପଠାଯାଇଛି। ଏହି ଘଟଣା ପରେ ଜିଲ୍ଲାର ଡିଏମ ଏବଂ ଏସପି ସମେତ ପୋଲିସ ପ୍ରଶାସନିକ ଅଧିକାରୀ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ।
जनपद हाथरस में एक सड़क दुर्घटना में हुई जनहानि अत्यंत दुःखद है।
मेरी संवेदनाएं मृतकों के शोक संतप्त परिजनों के साथ हैं।
जिला प्रशासन के अधिकारियों को घायलों का समुचित उपचार कराने हेतु निर्देश दिए हैं।
प्रभु श्री राम से प्रार्थना है कि दिवंगत आत्माओं को अपने श्री चरणों में…
— Yogi Adityanath (@myogiadityanath) September 6, 2024
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପ ପିଏମଓ କହିଛନ୍ତି ଯେ ଉତ୍ତରପ୍ରଦେଶର ହାଥରସ ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଏଥି ସହିତ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ହାଥରସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କୁ 50,000 ଟଙ୍କା ପ୍ରଦାନ କରାଯିବ।












Click it and Unblock the Notifications