ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନୁହେଁ ୧୮ ମାଓବାଦୀ ନିହତ, ସ୍ପଷ୍ଟ କଲା ମାଓ ସଂଗଠନ

୧୨ ନୁହେଁ ୧୮ ମାଓବାଦୀ ନିହତ । ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ୧୨ ଜଣ ମାଓବାଦୀ ନୁହେଁ ବରଂ ୧୮ ମାଓବାଦୀ ନିହତ ହୋଇଛନ୍ତି । ଏନେଇ ଦକ୍ଷିଣ ବସ୍ତର ମାଓ ଡିବିଜନାଲ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Maoists

ଖବର ଅନୁଯାୟୀ, କିଛି ଦିନ ତଳେ ଛତିଶଗଡ଼ ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଏନ୍‌କାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା କହିଥିଲା ଛତିଶଗଡ଼ ପୋଲିସ । ହେଲେ ଏନ୍‌କାଉଣ୍ଟରରେ ଆସିଛି ଏବେ ଟ୍ୱିଷ୍ଟ । ୧୨ ନୁହେଁ ୧୮ ଜଣ ମାଓବାଦୀ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଜଣାପଡିଛି । ତାହା ପୁଣି ଦକ୍ଷିଣ ବସ୍ତର ମାଓ ସଂଗଠନ ପକ୍ଷରୁ ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରାଯାଇଛି । ଚିଠିରେ ଆହୁରି ଲେଖା ଅଛି ଯେ, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ , ବାକି ୬ ଜଣଙ୍କ ମୃତଦେହକୁ ଏନ୍‌କାଉଣ୍ଟର ପରେ ସାଥୀମାନେ ନେଇଯାଇଥିଲେ । ସେହିପରି ମାଓ ସଂଗଠନ ପକ୍ଷରୁ ମାଓନେତା ଦାମୋଦରଙ୍କ ଏକ ଫଟୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ପୋଲିସ ଗୁଳିରେ ଦାମୋଦର ନିହତ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଜାନୁଆରୀ ୧୨ରେ ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ୩ ସନ୍ଦିଗ୍ଧ ମାଓବାଦୀ ନିପାତ ହୋଇଥିଲେ । ଜାନୁଆରୀ ୯ରେ ସୁକମା ଜିଲ୍ଲାର ଆଉ ଏକ ଅପରେସନରେ ୩ ମାଓବାଦୀ ପ୍ରାଣ ହରାଇଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦର ଅନ୍ତ ଘଟିବା ନେଇ ଜାନୁଆରୀ ୬ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ । ସରକାରଙ୍କ ନିଷ୍ପତ୍ତି ସ୍ୱରୂପ ସେବେଠାରୁ ମାଓ ଦମନ ଅଭିଯାନ ତ୍ୱରାନ୍ୱିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+