ମହାରାଷ୍ଟ୍ରରେ ୧୨ ନକ୍ସଲ ଏନକାଉଣ୍ଟର ଘଟଣା, ସୂଚନା ଦେଇଥିବା ବ୍ୟକ୍ତିକୁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କଲେ ସରକାର
ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ୍କୁ ସୂଚନା ଦେଇଥିବା ଜଣେ ଆଦିବାସୀଙ୍କୁ ମିଳିବ ୮୬ ଲକ୍ଷ ଟଙ୍କା। ତାଙ୍କ ସୂଚନା ଯୋଗୁ ସୁରକ୍ଷାକର୍ମୀମାନେ ସଫଳତାର ସହ ୧୨ ଜଣ ମୋଷ୍ଟୱାଣ୍ଟେଡ ମାଓବଦୀଙ୍କୁ ଖତମ କରିବାକୁ ସକ୍ଷମ ହୋଇଥିଲେ।

ମହାରାଷ୍ଟ୍ର-ଛତିଶଗଡ଼ ସୀମାନ୍ତରେ ଥିବା ଗଡଚିରୋଲିର ୱାଣ୍ଡୋଲି ଜଙ୍ଗଲରେ ବୁଧବାର ହୋଇଥିବା ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଥିଲା। ଏପରି ସଫଳତାର ସମସ୍ତ ଶ୍ରେୟ ଜଣେ ଆଦିବାସୀଙ୍କୁ ମିଳିଛି।
ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବୁଧବାର ଅପରେସନରେ ସାମିଲ ଥିବା କମାଣ୍ଡୋଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୫୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।
ଆଇଜିପି ସନ୍ଦୀପ ପାଟିଲ କହିଛନ୍ତି, "ଆମେ ୱାଣ୍ଡୋଲି ଜଙ୍ଗଲରେ ୧୨ ଥର ଅପରେସନ କରିଥିଲେ ହେଁ କୌଣସି ସଫଳତା ପାଇ ନଥିଲୁ। ମାଓବାଦୀ ଲିଡରମାନେ ସବୁବେଳେ ଖସି ଯିବାକୁ ସକ୍ଷମ ହେଉଥିଲେ। କିନ୍ତୁ ଏଥର ଆମେ ସେମାନଙ୍କୁ ଅତ୍ୟନ୍ତ କଷ୍ଟକର ଅପରେସନ ମାଧ୍ୟମରେ ସେମାନଙ୍କୁ ଖତମ କରିଛୁ। ଆମ କମାଣ୍ଡୋମାନଙ୍କ ଅଦ୍ୟମ ସାହାସ ଯୋଗୁ ଏହା ସଫଳ ହୋଇଛି।"
ବୁଧବାର ଏନ୍କାଉଣ୍ଟର ପରେ ଘଟଣାସ୍ଥଳରୁ ପୁଲିସ୍ ୧୨ ଜଣ ନକ୍ସଲଙ୍କ ମୃତଦେହକୁ ଜବତ କରାଯାଇଥିଲା। ଏଥିସହ ୩ଟି ଏକେ ୪୭, ୨ଟି ଇନ୍ସାସ୍ ରାଇଫଲ, ଗୋଟିଏ କାରବାଇନ ଓ ଗୋଟିଏ ଏସ୍ଏଲ୍ଆର ଇତ୍ୟାଦି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଥିଲା। ବୁଧବାର ଅପରାହ୍ନରେ ଏହି ଏନ୍କାଉଣ୍ଟର ହୋଇଥିଲା। C60 କୋମାଣ୍ଡୋ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
୬ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ଏଥିରେ C60ର ଜଣେ ସବ୍-ଇନ୍ସପେକ୍ଟର ଓ ଜଣେ ଯବାନ ଆହତ ହୋଇଛନ୍ତି। ସେମାନେ ବିପଦମୁକ୍ତ ଅଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନାଗପୁର ସ୍ଥାନାନ୍ତର କରାଯାଇଥିଲା।












Click it and Unblock the Notifications