ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ଟଳିଲେ ୧୨ ମାଓବାଦୀ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୁରୁବାର ସୁରକ୍ଷାବାହିନୀ ସହ ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏବେ ବି ଏନକାଉଣ୍ଟର ଜାରି ରହିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Maoists

ସୂଚନା ଅନୁସାରେ ଦକ୍ଷିଣ ବିଜାପୁର ଜଙ୍ଗଲରେ ସକାଳ ପ୍ରାୟ ୯ଟାରେ ଏହି ଏନକାଉଣ୍ଟର ହୋଇଥିଲା। ସଂଧ୍ୟା ପର୍ଯ୍ୟନ୍ତ ଲଗାତାର ଗୁଳିଚାଳନା ଜାରି ରହିଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଛି। ଏହି ଅପରେସନରେ ଏକ ହଜାର ଯବାନ ସାମିଲ ହୋଇଛନ୍ତି । ଯବାନମାନେ ୫୦ରୁ ୭୦ ଜଣ ନକ୍ସଲଙ୍କୁ ଘେରି ରହିଥିବା ସୂଚନା ମିଳିଛି। ଆଇଜି ପି ସୁନ୍ଦରରାଜ ନିଜେ ତଦାରଖ କରୁଛନ୍ତି।

ପୁଲିସ ଅଧିକାରୀ କହିଛନ୍ତି ଯେ ସକାଳ ୯ଟାରୁ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏନକାଉଣ୍ଟର କୁ ସ୍ବୀକାର କରି ବିଜାପୁର ଏଏସପି କହିଛନ୍ତି, ବିଜାପୁର ସୀମାନ୍ତ ଅଞ୍ଚଳରେ ନକ୍ସଲଙ୍କ ସହ ଏନକାଉଣ୍ଟର ଚାଲିଛି । ବିଜାପୁର-ସୁକମାର ଡିଆରଜି ଯବାନ, ସିଆରପିଏଫର ୫ଟି କୋବ୍ରା ୟୁନିଟ୍, ସିଆରପିଏଫର ୨୨୯ତମ ବାଟାଲିୟନ ଏହି ଅପରେସନରେ ସାମିଲ ଅଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ଏଥିରେ ସୁରକ୍ଷା ବାହିନୀର କୌଣସି କ୍ଷତି ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+