Get Updates
Get notified of breaking news, exclusive insights, and must-see stories!

ବିଜାପୁରରେ ୧୨ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଆଜି ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୧୨ ଜଣ ମାଓବାଦୀଙ୍କ ମଧ୍ୟରୁ ୮ ଜଣ ମହିଳା ଓ ୪ ଜଣ ପୁରୁଷ ମାଓବାଦୀ ରହିଛନ୍ତି । ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି ଏହି ୧୨ ଜଣ ମାଓବାଦୀ । ଏମାନଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ୫ ଲକ୍ଷ ୪୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।

naxal

ଏକେ-୪୭, ଏସ୍‌ଏଲ୍ଆର୍ ବନ୍ଧୁକ, ୨୫୦ଟି ଜେଲାଟିନ୍ ଷ୍ଟିକ, ୪୦୦ଟି ଡିଟୋନିଟର ସହ ଏମାନେ ବିଜାପୁର ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସମସ୍ତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି । ବିଜାପୁର ଜିଲ୍ଲାରେ ୧ ଜାନୁଆରୀ ୨୦୨୪ ରୁ ଏପର୍ଯ୍ୟନ୍ତ ୮୮୮ ଜଣ ମାଓବାଦୀ ମୁଖ୍ୟସ୍ରୋତକୁ ଫେରିଛନ୍ତି। ୧୧୬୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବାବେଳେ ବିଭିନ୍ନ ଏନକାଉଣ୍ଟରରେ ୨୩୧ ଜଣ ମାଓବାଦୀ ନିହତ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+