ବିହାର ବୈଶାଳୀ ସଡକ ଦୁର୍ଘଟଣା: ପୂଜା କରିବା ସମୟରେ ମାଡିଗଲା ଟ୍ରକ୍, ୧୨ ମୃତ
ବିହାର ବୈଶାଳୀ ସଡକ ଦୁର୍ଘଟଣା: ପୂଜା କରିବା ସମୟରେ ମାଡିଗଲା ଟ୍ରକ୍, ୧୨ ମୃତ
ବିହାର: ବିହାର ବୈଶାଳୀରେ ସଡ଼କ ଦୁର୍ଘଟଣା । ଏହି ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ରାସ୍ତାକଡ଼ ଏକ ଧର୍ମାନୁଷ୍ଠାନରେ ଏକତ୍ରିତ ହୋଇଥିଲା ବେଳେ ମାଡିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ଅନକ ଲୋକ ଗୁରୁତର,ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି । ବୈଶାଳୀ ଜିଲ୍ଲାର ମେହନାର ଅଞ୍ଚଳରେ ଘଟିଛି ଦୁର୍ଘଟଣା ।

ସୂଚନା ଅନୁସାରେ, ରାତି ପ୍ରାୟ ୯ଟା ବେଳେ ରାସ୍ତା କଡ଼ରେ ଶତାଧିକ ଲୋକେ ଏକାଠି ହୋଇ ପୂଜାର୍ଚ୍ଚନା କରିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ଭିଡ଼ି ଭିତରେ ମାଡି ଯାଇଥିଲା । ତେବେ ଦୁର୍ଘଟଣାରେ ୭ ଶିଶୁଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣାରେ ରାଷ୍ଟ୍ରିପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କରିବା ସହ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବା ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ।












Click it and Unblock the Notifications