ରାଜସ୍ଥାନରେ ଭୟଙ୍କର ବସ ଦୁର୍ଘଟଣା, ୧୨ ମୃତ, ୨୦ ଆହତ...

ନୂଆଦିଲ୍ଲୀ: ରାଜସ୍ଥାନର ସିକରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଜିଲ୍ଲାର ଲକ୍ଷ୍ମଣ ଗଡ ଅଞ୍ଚଳରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଲକ୍ଷ୍ମଣ ଗଡ ପୋଲ ଉପରେ ନିୟନ୍ତ୍ରଣ ହରାଇଥିଲା । ଦେଖୁ ଦେଖୁ ବସ୍‌ଟି ପୋଲର ଦୁଇ କାନ୍ଥକୁ ଧକ୍କା ଦେଇଥିଲା। କୁହାଯାଉଛି ଯେ, ବସ୍‌ରେ ପାଖାପାଖି ପ୍ରାୟ ୪୦ ଲୋକ ବସିଥିଲେ।

ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ପୂରା ଘଟଣା ମଙ୍ଗଳବାର ମଧ୍ୟାହ୍ନ ସମୟରେ ଘଟିଛି। ବସ୍‌ଟି ସାଲସରରୁ ଆସୁଥିଲା। କିନ୍ତୁ ସିକାର ଜିଲ୍ଲାରେ ଥିବା ଲକ୍ଷ୍ମୀଗଡ଼ ନିକଟରେ ଏହା ଗୋଟିଏ କଲଭର୍ଟରେ ପିଟି ହୋଇଯାଇଥିଲା।

accident

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବସ୍‌ଟି ମଧ୍ୟ ପୂରା ଛିନଛତ୍ର ହୋଇଯାଇଛି। ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ବସରୁ ଆହତମାନଙ୍କୁ ବାହାର କରି ଲକ୍ଷ୍ମୀଗଡ଼ରେ ଥିବାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+